ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ଜଳୁଛି ଦେଶର ଅନେକ ଅଞ୍ଚଳ । ଏହି ଆଇନ ବିରୋଧରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନି । ଶୁକ୍ରବାର CAAକୁ ନେଇ ଉତ୍ତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ ଦେଖିବାକୁ ମଳିଛି । ହିଂସାତ୍ମକ ପ୍ରଦର୍ଶନ ସମୟରେ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ପୋଲିସ ଗୁଳିରେ ଉତ୍ତର ପ୍ରଦେଶରରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କିଛି ଲୋକ ଆହତ ହୋଇଛନ୍ତି ।
ଅନ୍ୟପକ୍ଷେ ଏହି ବିରୋଧ ପ୍ରଦର୍ଶନରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ଶୁକ୍ରବାର ଦିନ ପ୍ରଦର୍ଶନକାରୀ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ କରିବା ସହ ଗାଡି ମଟର ଜାଳି ଦେଇଥିଲେ ।