ETV Bharat / bharat

ଥମିଲା 5ମ ପର୍ଯ୍ୟାୟର ପ୍ରଚାର: ସୋନିଆ, ରାହୁଲ ଓ ରାଜନାଥଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ - campaign

ପଞ୍ଚମ ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଗୃହମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାଜୀବ ପ୍ରତାପ ଋଡି, ପୁନମ ସିହ୍ନା ପରି ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମେ ୬ରେ ଏହି ପର୍ଯ୍ୟାୟରେ ହେବ ମତଦାନ ।

ଡିଜାଇନ ଫଟୋ
author img

By

Published : May 4, 2019, 11:31 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଆଜି (ଶନିବାର) ସନ୍ଧ୍ୟା ୫ଟାରେ ଥମିଛି ପ୍ରଚାର। ଏହି ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀ, ରାଜୀବ ପ୍ରତାପ ଋଡି, ପୁନମ ସିହ୍ନା ପରି ହେଭିଓ୍ବେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମେ ୬ରେ ଏହି ପର୍ଯ୍ୟାୟ ପାଇଁ ହେବ ମତଦାନ ।

ପ୍ରଚାରର ଶେଷ ଦିନରେ ସମସ୍ତ ନେତାଗଣ ଜୋରଦାର ପ୍ରଚାର କରିଛନ୍ତି । ଏହି ପର୍ଯ୍ୟାୟରେ ବିହାରର ୫, ଝାରଖଣ୍ଡର ୪, ଜମ୍ମୁ କଶ୍ମୀର ୨, ମଧ୍ୟପ୍ରଦେଶର ୭, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ହେବ ।

ଏହି ପର୍ଯ୍ୟାୟରେ ସମସ୍ତଙ୍କ ନଜର ଆମେଥି ସଂସଦୀୟ କ୍ଷେତ୍ର ଉପରେ ରହିଛି । କାରଣ ଏହି ଆସନରୁ କଂଗ୍ରେସ ଅଧ୍ୟକ୍ଷଙ୍କ ଲଢେଇ କେନ୍ଦ୍ରମନ୍ତ୍ରୀ ସ୍ମୃତିଙ୍କ ସହ ହେବ । ଆମେଥି ବ୍ୟତୀତ ରାୟବରେଲୀରୁ ସୋନିଆ ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା ହେବାର ଅଛି । ସେହିପରି ଲକ୍ଷ୍ନୌ ଆସନରୁ କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେବ ।

ଷଷ୍ଠ ପର୍ଯ୍ୟାୟ ପାଇଁ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ପାଇଁ ମେ ୧୯ରେ ମତଦାନ ହେବାର ଅଛି । ଏହାସହ ମେ ୨୩ରେ ଭୋଟ ଗଣିତ ହେବ । ଏହାପୂର୍ବରୁ ହୋଇଥିବା ମତଦାନରେ ପ୍ରଥମ ପର୍ଯ୍ୟାୟରେ ୬୯.୫ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୬୯.୪୪ ପ୍ରତିଶତ, ତୃତୀୟ ପର୍ଯ୍ୟାୟରେ ୬୮.୪ ପ୍ରତିଶତ ଓ ୪ଟି ପର୍ଯ୍ୟାୟରେ ୬୫.୫୧ ପ୍ରତିଶତ ମତଦାନ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.