ରାୟପୁର: ଛତିଶଗଡ ସୀମାନ୍ତରେ ଟଳିଲା ବଡ ଧରଣର ଦୁର୍ଘଟଣା । ରାଜ୍ୟର ସୁକମା ଜିଲ୍ଲାରେ 5 କେଜି ଲ୍ୟାଣ୍ଡମାଇନକୁ ଜବତ ପରେ ନିଷ୍କ୍ରିୟ କଲେ ସିଆରପିଏଫ ଯବାନ ।
ତେଲେଙ୍ଗାନା, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ମାଓବାଦୀମାନେ ବିଭିନ୍ନ କାର୍ଯ୍ୟକଳାପ କରୁଛନ୍ତି। ମଙ୍ଗଳବାର ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରାଯାଇ ଲ୍ୟାଣ୍ଡମାଇନ ବିସ୍ଫୋରଣ ଖଞ୍ଜା ଯାଇଥିଲା ।
ମାଓବାଦୀମାନେ ଛତିଶଗଡର ସୁକୁମା ଜିଲ୍ଲାର ମୁର୍ଲି ଗୋଡା ଜଙ୍ଗଲରେ 5 କେଜିର ଲ୍ୟାଣ୍ଡମାଇନ ଲଗାଇଥିଲେ। 217 ସିଆରପିଏଫ ଯବାନ ଲ୍ୟାଣ୍ଡମାଇନ୍ ଜବତ କରିବା ସହ ନିରାପଦରେ ଡିଫ୍ୟୁଜ୍ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ