ETV Bharat / bharat

59 ଚାଇନିଜ୍ ଆପ୍ ବ୍ୟାନକୁ କେନ୍ଦ୍ରୀୟ କମିଟିର ସମର୍ଥନ

author img

By

Published : Jul 2, 2020, 12:32 PM IST

ସରକାରଙ୍କ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକକୁ କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ସମର୍ଥନ କରିଛନ୍ତି । ତେବେ ଚାଇନିଜ ଆପ ଉପରେ ମଧ୍ୟବର୍ତ୍ତୀକାଳୀନ ପ୍ରତିବନ୍ଧକ ଲଗାଯାଇଛି ।

 ଆପ୍ ବ୍ୟାନକୁ ସମର୍ଥନ କଲା କେନ୍ଦ୍ରୀୟ କମିଟି
ଆପ୍ ବ୍ୟାନକୁ ସମର୍ଥନ କଲା କେନ୍ଦ୍ରୀୟ କମିଟି

ନୂଆଦିଲ୍ଲୀ: ସରକାରଙ୍କ 59ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକକୁ କେନ୍ଦ୍ର ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ସମର୍ଥନ କରିଛନ୍ତି। ଏହି କମିଟିରେ ଗୃହ ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ଆଇଟି ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ତଥା CERT-In (କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ) ର ପ୍ରତିନିଧୀ ଅଛନ୍ତି।

59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ କେନ୍ଦ୍ର ସରକାରଙ୍କ କମିଟି ଅନୁମୋଦନ କରିଛି। ଏହି ଆପ୍ ଗୁଡିକରେ ଡାଟା ସେୟାର ପ୍ରଣାଳୀକୁ ଦୃଷ୍ଟିରେ ରଖି ଆଇଟି ଓ ବୈଦୁତିକ ସଚିବ ଜରୁରୀକାଳୀନ ଅଧିକାରକୁ ବ୍ୟବହାର କରି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ବୁଧବାର ସରକାରୀ କମିଟି ମଧ୍ୟ ବୈଠକରେ ଏହି ନିଷ୍ପତ୍ତିକୁ ଠିକ୍ ବୋଲି ସ୍ବୀକାର କରିଛି ।

ପ୍ରକାଶଥାଉକି, ଚାଇନିଜ ଆପ ଉପରେ ମଧ୍ୟବର୍ତ୍ତୀକାଳୀନ ପ୍ରତିବନ୍ଧକ ଲଗାଯାଇଛି । ବର୍ତ୍ତମାନ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ, ଏହି ଚାଇନିଜ୍ ଆପର ପ୍ରତିନିଧୀମାନେ କମିଟି ସମ୍ମୁଖରେ ସେମାନଙ୍କ ସ୍ପଷ୍ଟୀକରଣ ଉପସ୍ଥାପନ କରିବାର ସୁଯୋଗ ପାଇବେ। ସୂଚନାନୁଯାୟୀ, ଏକ ସପ୍ତାହ ମଧ୍ୟରେ ଏହି କମ୍ପାନୀର ପ୍ରତିନିଧୀମାନେ କମିଟି ସମ୍ମୁଖରେ ନିଜର ପକ୍ଷ ଉପସ୍ଥାପନ କରିପାରିବେ।

ସୂଚନାଯୋଗ୍ୟ, ସୋମବାର ରାତିରେ ଭାରତ ସରକାର 59 ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ଆପ ଗୁଡିକ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରାଯାଇଥିଲା। ନିଷେଧାଦେଶର ସବୁଠାରୁ ଲୋକପ୍ରିୟ ଆପ୍ ଟିକଟକ୍ ଥିଲା । ତେବେ ଟିକଟକ୍ କହିଛି ଯେ ସେ କୌଣସି ବି ତଥ୍ୟ ଚୀନ କିମ୍ବା ଅନ୍ୟ ଦେଶ ସହ ସେୟାର କରନ୍ତି ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.