ETV Bharat / bharat

ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ ହେଲେ 57 ବିଦେଶୀ ଜମାତୀ

ଦୋଷମୁକ୍ତ ହେଲେ ତବଲିଗୀ ଜମାତର 57 ସଦସ୍ୟ । ଉତ୍ତରପ୍ରଦେଶର ସହାରନପୁରର ଏକ ଅଦାଲତ ସରକାରୀ ଅଧିକାରୀଙ୍କ ଆଦେଶ ଅବମାନନା ଅଭିଯୋଗରେ 57 ଜମାତୀ ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

57 foreign jamaatis
ମୁକ୍ତ ହେଲେ 57 ଜମାତୀ
author img

By

Published : Jun 15, 2020, 1:34 PM IST

ଲକ୍ଷ୍ନୌ: ଦୋଷମୁକ୍ତ ହେଲେ ତବଲିଗୀ ଜମାତର 57 ସଦସ୍ୟ । ଉତ୍ତରପ୍ରଦେଶର ସହାରନପୁରର ଏକ ଅଦାଲତ ସରକାରୀ ଅଧିକାରୀଙ୍କ ଆଦେଶ ଅବମାନନା ଅଭିଯୋଗରେ 57 ଜମାତୀ ସଦସ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ବର୍ତ୍ତମାନ ସେମାନଙ୍କୁ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତବଲିଗୀ ଜମାତର 57 ଜଣ ବିଦେଶୀ ସଦସ୍ୟଙ୍କ ମଧ୍ୟରୁ 21 ଜଣ କିର୍ଗିଜସ୍ଥାନର,5 ଜଣ ଥାଇଲାଣ୍ଡର, 4 ଜଣ ଇଣ୍ଡୋନେସିଆର, 2 ଜଣ ମାଲେସିଆର। ବାକି ଅନ୍ୟ ଦେଶର ସଦସ୍ୟ ।

ସହାରନପୁର ସିଜିଏମ୍ ଅନିଲ କୁମାର ଶନିବାର ଏପିଡେମିକ୍ ରୋଗ ଅଧିନିୟମ-1898 ର ଧାରା 3 ଅନୁଯାୟୀ ତବଲିଗୀ ଜମାତର 57 ଜଣ ସଦସ୍ୟଙ୍କୁ ଦିଆଯାଇଥିବା ଆଦେଶକୁ ଅବମାନନା କରିଛନ୍ତି ବୋଲି କହିଛନ୍ତି । ଏହାସହ ସେମାନଙ୍କୁ ଆଇପିସି ଧାରା 188 ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ଆଇପିସି ଧାରା 269 ଓ 271 ଅନୁଯାୟୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା କରାଯାଇଥିବା ଅଭିଯୋଗକୁ ସିଜେଏମ୍ ଖାରଜ କରିଦେଇଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଶୁଣାଣି ସମୟରେ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ବୈଦେଶିକ ଆଇନର ଧାରା 14 ଅନୁଯାୟୀ ଅନୁମତିଠାରୁ ଅଧିକ ସମୟ ରହିବା ଅଭିଯୋଗକୁ ମଧ୍ୟ ଖାରିଜ କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ତବଲିଗୀ ଜମାତର ସମସ୍ତ 57 ସଦସ୍ୟଙ୍କୁ ମୁକ୍ତ କରାଯାଇ ସହାରନପୁରର ଏକ ରିସୋର୍ଟରେ ରଖାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.