ମୁମ୍ବାଇ: ମହାରାଷ୍ଟ୍ରରେ କାୟା ବିସ୍ତାର କରିଛି କୋରୋନା ଭାଇରସ । କିଛି ସମୟର ବ୍ୟବଧାନରେ ଆସୁଛି ଶତାଧିକ ପଜିଟିଭ ରିପୋର୍ଟ । ଲାଗୁଛି ଯେପରି ରାଜ୍ୟରେ ସରକାରଙ୍କ ସମସ୍ତ ସଚେତନତା ବିଫଳ ହୋଇଛି । ଏହାକୁ ନେଇ ଚିନ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
ମହାରାଷ୍ଟ୍ରରେ ଗତ 24 ଘଣ୍ଟା ମଧ୍ୟରେ ଆଉ 553ଟି ନୂଆ କୋଭିଡ-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । କାରଣ ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା 5 ହଜାର 229ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ 19 ଟି ମୃତ୍ୟୁହାର ରେକର୍ଡ କରାଯାଇଛି । ଯାହା ଦ୍ବାରା ରାଜ୍ୟରେ ମୋଟ ମୃତ୍ୟୁ 251କୁ ବୃଦ୍ଧି ପାଇଥିବା ସୂଚନା ଦେଇଛି ରାଜ୍ୟର ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ।