ନୂଆଦିଲ୍ଲୀ: ମାତିଛନ୍ତି ଯୌନ ରାକ୍ଷସ। 8ମାସରୁ ଆରମ୍ଭ କରି 80 ବର୍ଷ ପର୍ଯ୍ୟନ୍ତ କାହାକୁ ଛାଡୁନାହାଁନ୍ତି ନିଜର ଲୋଲୁପ ଦୃଷ୍ଟିରୁ। ଗୋଟିଏ ପରେ ଗୋଟିଏ ନାରକୀୟ କାଣ୍ଡ ଘଟାଇ ସମାଜରେ ଯୋଡୁଛନ୍ତି କଳଙ୍କିତ ଫର୍ଦ୍ଦ।
ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ରାଜଧାନୀ ଦିଲ୍ଲୀର ଗୁଲାବୀ ବାଗ ଅଞ୍ଚଳର ଜଣେ 55 ବର୍ଷୀୟ ବୃଦ୍ଧା ମହିଳାଙ୍କ ମୃତଦେହ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।
ତେବେ ମହିଳା ଜଣକ ଘରେ ଏକୁଟିଆ ରହୁଥିବା ବେଳେ ଏକ ଦୋକାନ ଚଳାଉଥିଲେ। ହତ୍ୟାକାଣ୍ଡରୁ ଜଣାପଡୁଛି ମହିଳାଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି।
ପ୍ରତ୍ୟେକ ଦିନପରି ମହିଳା ଜଣକ ଦୋକାନ ନଖୋଲିବାରୁ ଘଟଣା ବିଷୟରେ ମହିଳାଙ୍କ ପଡୋଶୀ ପୋଲିସଙ୍କୁ ଜଣାଇଥିଲେ। ଏହାପରେ ଦିଲ୍ଲୀ ପୋଲିସ ଓ ଫୋରେନେସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।