ଗୌହାଟି : ଗୌହାଟି ସେଣ୍ଟ୍ରାଲ ଜେଲରେ 55 ଅନ୍ତେବାସୀ କୋରୋନା ପଜେଟିଭ । ଏନେଇ ସ୍ବାସ୍ଥ୍ୟ ପକ୍ଷରୁ ସୂଚନା ମିଳିଛି । ତେବେ ଏତେ ସଂଖ୍ୟକ ଅନ୍ତେବାସୀ କିପରି ଭାବେ ଆକ୍ରାନ୍ତ ହେଲେ, ସେ ନେଇ ଜେଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ସ୍ବାସ୍ଥ୍ୟ ବିଭାଗ ଓ ଜେଲ ବିଭାଗ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । କିପରି ଭାବରେ ଏତେ କମ ଦିନ ମଧ୍ୟରେ ଏକାଧିକ କଏଦୀ କୋରୋନାରେ ସଂକ୍ରମିତ ହେଲେ ।
ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସାମ ସମେତ ଉତ୍ତର-ପୂର୍ବ ଅଞ୍ଚଳର ବିଭିନ୍ନ ରାଜ୍ୟ ସରକାର ଜେଲରେ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । 8ଟି ଉତ୍ତର-ପୂର୍ବ ରାଜ୍ୟରୁ ହଜାର ହଜାର କଏଦୀଙ୍କୁ ଅନ୍ତରୀଣ ଜାମିନରେ ପଠାଯାଇଛି । ତେବେ ଆସାମରେ କୋରୋନା ପଜେଟିଭଙ୍କ ସଂଖ୍ୟା 14600 ଥିବା ବେଳେ ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି ।
ସୌଜନ୍ୟ @ IANS