ETV Bharat / bharat

ବୁଧବାର ଦିଲ୍ଲୀରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ମୋଟ 576

author img

By

Published : Apr 8, 2020, 1:53 PM IST

ବୁଧବାର ଦିଲ୍ଲୀରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 576ରେ ପହଞ୍ଚିଛି ।

corona upadate
ବୁଧବାର ଦିଲ୍ଲୀରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀରେ 51 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 576ରେ ପହଞ୍ଚିଛି ।

ତେବେ ଚିହ୍ନଟ ହୋଇଥିବା 51 କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ 35 ଜଣ ନିକଟରେ ବିଦେଶରୁ ଫେରିଥିବା ଜଣାପଡିଛି । ଏହାଛଡା 2 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ମରକଜର ହୋଇଥିବା ଜଣାପଡିଛି ।

ସେହିପରି ଗତ ମଙ୍ଗଳବାର ଠାରୁ ବୁଧବାର ଅପରାହ୍ନ ମଧ୍ୟରେ କର୍ଣ୍ଣାଟକରେ 6 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା 181ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 28 ଜଣ ସୁସ୍ଥ ଥିବାବେଳେ 5 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 5194 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 401 ଜଣ ସୁସ୍ଥ ଥିବା ବେଳେ 149 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.