ETV Bharat / bharat

ଚା' ଦୋକାନୀଙ୍କ ନାଁରେ 51 କୋଟି ଋଣ, 50 ହଜାର ଲୋନ ପାଇଁ ମନା କଲା ବ୍ୟାଙ୍କ

author img

By

Published : Jul 22, 2020, 3:48 PM IST

ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଥିବା ରାଜକୁମାର ନାମକ ଜଣେ ଚା’ ଦୋକାନୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି । ଏକ ଫାଇନାନ୍ସ କମ୍ପାନୀକୁ 50 ହଜାର ଟଙ୍କାର ଲୋନ ନେବାକୁ ରାଜକୁମାର ଯାଇଥିବାବେଳେ ତାଙ୍କୁ କମ୍ପାନୀ ଲୋନ ଦେବାକୁ ମନା କରିଦେଇଥିଲେ ।

51 crore rupee bank loan
ଚା' ଦୋକାନୀଙ୍କ ନାଁରେ 51 କୋଟି ଋଣ

କୁରୁକ୍ଷେତ୍ର: ଜଣେ ଚା' ଦୋକାନୀଙ୍କ ନାଁରେ କୋଟି କୋଟି ଟଙ୍କାର ଋଣ ଅଭିଯୋଗ । ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଥିବା ରାଜକୁମାର ନାମକ ଜଣେ ଚା’ ଦୋକାନୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି ।

ଏକ ଫାଇନାନ୍ସ କମ୍ପାନୀକୁ 50 ହଜାର ଟଙ୍କାର ଲୋନ ନେବାକୁ ରାଜକୁମାର ଯାଇଥିବାବେଳେ ତାଙ୍କୁ କମ୍ପାନୀ ଲୋନ ଦେବାକୁ ମନା କରିଦେଇଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଯେ, ଋଣ ନଦେବାର କାରଣରେ କମ୍ପାନୀ କହିଛି ଯେ, ରାଜକୁମାରଙ୍କ ନାଁରେ ପୂର୍ବରୁ ହିଁ ବିଭିନ୍ନ ବ୍ୟାଙ୍କରେ 51 କୋଟି ଟଙ୍କା ଋଣ ଅଛି । ନିଜ ବିଷୟରେ ଏମିତି ଶୁଣିବା ପରେ ରାଜକୁମାରଙ୍କ ମଧ୍ୟ ହୋସ ଉଡିଯାଇଥିଲା ।

ସୂଚନା ଅନୁସାରେ, ଦୟାଲପୁର ଗାଁର ରାଜକୁମାର ଧର୍ମନଗରୀ କୁରୁକ୍ଷେତ୍ରର ଅହୁୱାଲିଆ ଚୌକଠାରେ ଚା ବିକି ନିଜ ପରିବାରର ପେଟ ପୋଷନ୍ତି । ମାତ୍ର କୋରୋନା ଜନିତ ଲକଡାଉନ କାରଣରୁ କାମଧନ୍ଦା ସବୁ ଠପ ହୋଇଗଲା । ଆଉ ଘରର ଖର୍ଚ୍ଚ ଉଠାଇବାକୁ ସେ କିଛି ଋଣ ନେଇଥିଲେ । ଏବେ ସେହି ଋଣକୁ ପରିଶୋଧ କରିବାକୁ ସେ ଏକ ଫାଇନାନ୍ସ କମ୍ପାନୀ ପାଖକୁ ଯାଇ 50 ହଜାର ଟଙ୍କାର ଲୋନ ମାଗିଥିଲେ । ହେଲେ କମ୍ପାନୀ ପକ୍ଷରୁ ଋଣ ଦେବାକୁ ମନା କରିଦେଇଥିଲେ ।

ରାଜକୁମାରଙ୍କ ନାଁରେ 51 କୋଟି ଟଙ୍କା ଋଣ ରହିଥିବାରୁ ସେ ଟଙ୍କା ପରିଶୋଧ ନକଲା ଯାଁଏ ଆଉ ଲୋନ ଉଠାଇ ପାରିବେନି ବୋଲି କୁହାଯାଇଛି । ତେବେ ବ୍ୟାଙ୍କର ତ୍ରୁଟି ଯୋଗୁଁ ରାଜକୁମାରଙ୍କ ମୁଣ୍ଡରେ ଏତେ ବଡ କରଜ ଭାର ରହିଛି । ତେବେ ଏତେ ଟଙ୍କା ଋଣ ଥିବାରୁ, ତାଙ୍କୁ ଅନ୍ୟ କୌଣସି ବ୍ୟଙ୍କରୁ ମଧ୍ୟ ଲୋନ ମିଳୁନାହିଁ ।

ତେବେ 51 କୋଟି ଋଣ ନେଇଥିବା ବ୍ୟକ୍ତି ଜଣକ ଅନ୍ୟକେହି ହୋଇଥିବାବେଳେ ବ୍ୟାଙ୍କର ତ୍ରୁଟି ଯୋଗୁଁ ରାଜକୁମାରଙ୍କୁ ଏତେ ବଡ ସମସ୍ୟା ହେଉଛି । ତେବେ ଏନେଇ ଅଭିଯୋଗ ହେବା ପରେ ଏହି ତ୍ରୁଟି କୁ ସୁଧାରିବାକୁ ବ୍ୟାଙ୍କର ମ୍ୟାନେଜର ପ୍ରତିଶ୍ରୃତି ଦେଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.