ETV Bharat / bharat

କୋରୋନା ମୁକାବିଲା ପାଇଁ ଦେଶର 51ଟି ସେନା ଡାକ୍ତରଖାନା ପ୍ରସ୍ତୁତ - fight against corona

ଦେଶର 51ଟି ସେନା ଡାକ୍ତରଖାନାରେ କୋରୋନା ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

51 army hospitals prepared for fight against corona
କୋରୋନା ମୁକାବିଲା ପାଇଁ ଦେଶର 51ଟି ସେନା ଡାକ୍ତରଖାନା ପ୍ରସ୍ତୁତ
author img

By

Published : Apr 3, 2020, 2:34 PM IST

ନୂଆଦିଲ୍ଲୀ: ଦେଶର 51ଟି ସେନା ଡାକ୍ତରଖାନାରେ କୋରୋନା ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏହି ଡାକ୍ତରଖାନା ଗୁଡିକ କୋଲକାତା, ବିଶାଖାପାଟଣା, କୋଚି, ବେଙ୍ଗାଲୁରୁ, କାନପୁର, ଜୈସାଲମେର, ଜୋରହାଟ, ଆସାମ ଏବଂ ଗୋରଖପୁରରେ ଅବସ୍ଥିତ । ସେହିପରି ସଶସ୍ତ୍ର ବାହିନୀ ଡାକ୍ତରଖାନା ଗୁଡ଼ିକରେ ପାଞ୍ଚଟି କୋରୋନା ଟେଷ୍ଟିଂ ଲ୍ୟାବ କରାଯାଇଛି । ଯାହା ଦ୍ବାରା ଦିଲ୍ଲୀ, ବେଙ୍ଗାଲୁରୁ ଓ ଲକ୍ଷ୍ନୌ ଆଦି ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପରୀକ୍ଷା କରାଯାଇପାରିବ । ଅପରପକ୍ଷେ ଅନ୍ୟ 6ଟି ଡାକ୍ତରଖାନା ଖୁବ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ସଶସ୍ତ୍ର ବାହିନୀ ପକ୍ଷରୁ 6ଟି କ୍ବାରେଣ୍ଟାଇନ ଶିବିର କରାୟାଇଛି । ସେଠାରେ 1737 ଲୋକଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ 403 ଜଣଙ୍କୁ ଖୁବ ଶୀଘ୍ର ମୁକ୍ତ କରାଯିବ । ଶିବିରରୁ 3 ଜଣ ପଜିଟିଭ ଚିହ୍ନଟ କରାଯାଇଛି । ସେମାନଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ 15ଟି କ୍ବାରେଣ୍ଟାଇନକୁ ପ୍ରସ୍ତୁତ ରଖାଯାଇଛି, ଆବ7ସ୍ୟକ ହେଲେ ସେଗୁଡିକୁ କାର୍ଯ୍ୟରେ ଲଗାଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନକୁ ପ୍ରାୟ 60 ଟନ ଅତ୍ୟାବଶ୍ୟକ ସାମଗ୍ରୀକୁ ବିମାନ ଯୋଗେ ପଠାଯାଇଛି । ନୌସେନା ଜାହାଜ ମଧ୍ୟ ପଡୋଶୀ ଦେଶକୁ ସହାୟତା ପାଇଁ ପ୍ରସ୍ତୁତ ଅଛି | ମାଳଦ୍ବୀପ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳ, ଭୁଟାନ ଏବଂ ଆଫଗାନିସ୍ତାନରେ ନିୟୋଜିତ ହେବା ପାଇଁ 5 ଟି ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.