ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ମହାମାରୀର ପ୍ରାଦୁର୍ଭାବ ଜାରି ରହିଛି । ସାରା ଦେଶରେ ଲକଡାଉନ ଜାରି ରହିଛି । ଏହି କୋଭିଡ -19ରେ ଲକଡାଉନ ହେତୁ ସାରା ଦେଶରେ ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ 50 ପ୍ରତିଶତ ପିଲାଙ୍କୁ ମାତା-ପିତା ଟିକା ଦେବାରେ ସକ୍ଷମ ହୋଇ ନାହାଁନ୍ତି । ଏନଜିଓ CRY(ଚାଇଲ୍ଡ ରାଇଟସ୍ ଆଣ୍ଡ ୟୁ) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ।
ଏନଜିଓ CRY ଦ୍ବାରା 22ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଏକ ଅନଲାଇନ୍ ଅଧ୍ୟୟନ କରି ପିଲାମାନଙ୍କ ଉପରେ ମହାମାରୀର ବିଭିନ୍ନ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଲକଡାଉନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଏହି ସର୍ଭେ କରାଯାଇଥିଲା । ଦେଶର ପ୍ରାୟ 1100 ଅଭିଭାବକ ଅଂଶଗ୍ରହଣ କରି ପ୍ରଶ୍ନର ଉତ୍ତର ଦେଇଥିଲେ ।
ଅଧ୍ୟୟନ ଅନୁଯାୟୀ, ଟୀକାକରଣ ଅଭିଯାନ ଦେଶର ସମସ୍ତ ଅଞ୍ଚଳରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଉତ୍ତର ପ୍ରଦେଶରେ ଏହି ସର୍ଭେରେ ଅଂଶଗ୍ରହଣ କରିଥିବା 63% ଲୋକ ଟୀକାକରଣ କରିନପାରିଥିବା କହିଛନ୍ତି । ସର୍ବେକ୍ଷଣର ନିଷ୍କର୍ସ ଅନୁଯାୟୀ, କେବଳ ଅଧା ପିତାମାତା (51 ପ୍ରତିଶତ) ନିଜ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଟୀକା ଦେବାରେ ସକ୍ଷମ ହୋଇପାରିଛନ୍ତି ।