ETV Bharat / bharat

‘ଦରକାର ପଡିଲେ 50 ଲକ୍ଷ ମୁସଲିମ ଅନୁପ୍ରବେଶକାରୀଙ୍କୁ ଦେଶରୁ ତଡ଼ାଯିବ’

author img

By

Published : Jan 20, 2020, 2:06 PM IST

ଦରକାର ପଡିଲେ 50ଲକ୍ଷ ମୁସଲିମ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ଯଥାଶୀଘ୍ର ବିତାଡିତ କରିବା ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

କୋଲକାତା: ଦେଶବ୍ୟାପୀ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି) ଓ ନାଗରିକତ୍ବ ସଂଶୋଧନ ଆଇନ(ସିଏଏ)କୁ ନେଇ ପ୍ରତିବାଦ, ବିକ୍ଷୋଭ ଜାରି ରହିଛି । ଏପରି ସମୟରେ ଏହାକୁ ନେଇ ବାରମ୍ବାର ବିବାଦୀୟ ଓ ବିତର୍କିତ ବୟାନବାଜି ଜାରି ରଖିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି। ନିଜ ବୟାନରେ ସେ ମମତା ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଦରକାର ପଡିଲେ 50ଲକ୍ଷ ମୁସଲିମ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ଯଥାଶୀଘ୍ର ବିତାଡିତ କରିବା ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ଦିଲ୍ଲୀପ ଘୋଷ। ଉତ୍ତର 24 ପରଗଣା ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ଏଭଳି ବୟାନ ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସିଏଏକୁ ବିରୋଧ ବାବଦରେ ଦିଲ୍ଲୀପ କଡା ଚେତାବନୀ ଦେଇଛନ୍ତି। ପ୍ରଥମେ 50 ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଭୋଟର ତାଲିକାରୁ ବାଦ ଦିଆଯିବ, ପରେ ଦିଦିଙ୍କ ବିରୋଧ କାହା ପାଇଁ କରିବେ ଜଣାପଡିବ ବୋଲି କହିଛନ୍ତି ଦିଲ୍ଲୀପ। 2021 ରାଜ୍ୟ ବିଧାନସଭା ନିର୍ବାଚନର ମତଦାତାଙ୍କ ତାଲିକାରୁ ଅନୁପ୍ରବେଶକାରୀଙ୍କ ନାମ ହଟିଲା ପରେ ମମତା ବାନାର୍ଜୀଙ୍କ ଭୋଟ ମିଳିବା ମଧ୍ୟ କମିଯିବ। ଦିଦିଙ୍କ ଭୋଟ କମିବା ସହ ନିର୍ବାଚନରେ ବିଜେପିକୁ 200 ସିଟ୍‌ ଓ ଦିଦିଙ୍କ ଟିଏମସିକୁ 50 ସିଟ୍‌ ମଧ୍ୟ ମିଳିବ ନାହିଁ।

ଦେଶବ୍ୟାପୀ ବିରୋଧଙ୍କ ସିଏଏ ବିରୋଧ କରିବା ପ୍ରସଙ୍ଗରେ ଦିଲ୍ଲୀପ ଘୋଷ କହିଛନ୍ତି ଯେ, ବିପକ୍ଷ ପାର୍ଟି ନେତାଙ୍କ ଅନୁପ୍ରବେଶକାରୀଙ୍କ ପାଇଁ ରକ୍ତ ବୁହାଉଛନ୍ତି। ଏହା ପୂର୍ବରୁ ଦିଲ୍ଲୀପ ଘୋଷ ସାର୍ବଜନୀନ ସମ୍ପତ୍ତିକୁ ବିରୋଧ ପ୍ରଦର୍ଶନ ସମୟରେ କ୍ଷତି ପହଞ୍ଚାଉଥିବା ପ୍ରଦର୍ଶନକାରୀଙ୍କୁ ଗୁଳି ମାରି ଜେଲ୍‌ରେ ଭର୍ତ୍ତି କରିବା ଧମକ ଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.