ETV Bharat / bharat

ଦିଲ୍ଲୀରୁ ବେଙ୍ଗାଲୁରୁ ଏକାକୀ ଯାତ୍ରା କରି ମା'କୁ ଭେଟିଲା 5 ବର୍ଷର ପୁଅ

ଆରମ୍ଭ ହେଲା ଘରୋଇ ବିମାନ ସେବା । ଲକଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକେ ଏବେ ନିଜ ଘର ଅଭିମୁଖେ କରିବେ ଯାତ୍ରା । ଅଧିକ ପଢନ୍ତୁ...

author img

By

Published : May 25, 2020, 2:55 PM IST

ଅପେକ୍ଷାର ଘଟିଲା ଅନ୍ତ, ଦିଲ୍ଲୀରୁ ବେଙ୍ଗାଲୁରୁ ଏକାକୀ ଯାତ୍ରା କରି ମା'କୁ ଭିଟିଲା 5 ବର୍ଷର ପୁଅ

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ସଂକ୍ରମଣକୁ ହ୍ରାସ କରିବା ପାଇଁ ଗତ ଦୁଇ ମାସ ଧରି ଲକଡାଉନ ବଳବତ୍ତର ରହିଛି । ଏହି ସମୟରେ କାହାରିକୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା । ଲକଡାଉନ ସମୟରେ ଟ୍ରେନ, ବିମାନ, ଗାଡି ଚଳାଚଳ ସବୁ ବନ୍ଦ କରିଦିଆଯାଇଥିଲା । ଦୁଇ ମାସ ପରେ ଦେଶର ଘରୋଇ ବିମାନ ସେବା ପୁଣି ଥରେ ସୋମବାର ଆରମ୍ଭ କରି ଦିଆଯାଇଛି ।

ସୋମବାର, ଯେତେବେଳେ ଦିଲ୍ଲୀରୁ ପ୍ରଥମ ବିମାନ ବେଙ୍ଗାଲୁରୁ ପାଇଁ ଉଡାଣ ଆରମ୍ଭ କରିଥିଲା ସେତବେଳେ ବିମାନ ବନ୍ଦରର ଦୃଶ୍ୟ କିଛି ଅଲଗା ଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ସହ ଏକ ପାଞ୍ଚ ବର୍ଷର ଶିଶୁ ମଧ୍ୟ ଯାତ୍ରା କରୁଥିଲା। ବିଶେଷ କଥା ହେଲା ଏହି ପିଲାଟି ବିମାନରେ ଏକୁଟିଆ ଯାତ୍ରା କରୁଥିଲା। ବିହାନ ଶର୍ମା ନାମକ ଏହି ଶିଶୁ ଗତ 3 ମାସ ପୂର୍ବରୁ ତାଙ୍କ ପିତାମାତାଙ୍କ ସହ ଦିଲ୍ଲୀ ଆସି ଜେଜେବାପାଙ୍କୁ ଦେଖା କରିଥିଲେ। କିଛି ଦିନ ପରେ ବିହାନଙ୍କ ପିତାମାତା ତାଙ୍କୁ ଜେଜେବାପାଙ୍କ ପାଖରେ ଛାଡି ଫେରିଯାଇଥିଲେ। ଏହାର କିଛି ଦିନ ପରେ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା।

ବିହାନଙ୍କ ମା ମଞ୍ଜରୀ ଶର୍ମା କହିଛନ୍ତି ଯେ, ବିହାନ ଗତ ତିନିମାସ ଧରି ତାଙ୍କ ଜେଜେବାପାଙ୍କ ସହ ଥିଲେ। ସୋମବାର ଦିଲ୍ଲୀରୁ ବିମାନ ସେବା ଆରମ୍ଭ କରିବା ସୂଚନା ମିଳିବା ମାତ୍ରେ ବିହାନଙ୍କ ମାଆ ତୁରନ୍ତ ତାଙ୍କ ଟିକେଟ ବୁକ୍ କରିଥିଲେ। ଏହା ପରେ, 5 ବର୍ଷର ପୁଅ ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଏକାକୀ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ବିହାନଙ୍କୁ ଆଣିବାକୁ ମଞ୍ଜରୀ ଯେତବେଳେ ବିମାନବନ୍ଦରରେ ପହଞ୍ଚିଥିଲେ ବିମାନ କର୍ମଚାରୀମାନେ ପୁଅକୁ ନିରାପଦରେ ତାଙ୍କ ନିକଟରେ ପହଞ୍ଚାଇଥିଲେ। ଏହାପରେ ମଞ୍ଜରି ଶର୍ମା ବିହାନଙ୍କୁ ଦେଖି ତାଙ୍କୁ ଯାବୁଡି ଧରି କାନ୍ଦି ପକାଇଥିଲେ । ତେବେ ବିମାନ ବନ୍ଦରରେ ଏହି ଦୃଶ୍ୟ ବେଶ ରୋମାଞ୍ଚକର ଥିଲା । କିଛି ସମୟ ଧରି ଯାତ୍ରୀ ମାନେ ଏହା ଦେଖି ଅଟକି ରହିଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.