ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ କାଉନସିଲର ଇଶ୍ରାତ ଜାହାନ, କାର୍ଯ୍ୟକର୍ତ୍ତା ଖାଲିଦ ସୈଫ୍, ଆମ୍ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନ୍, ଜାମିଆ ମିଲିଆ ଇସଲାମିଆ ଆଲୁମିନି ଆସୋସିଏସନ ଅଧ୍ୟକ୍ଷ ଶିଫା ଉର ରେହମାନ ଏବଂ ଜାମିଆ ଛାତ୍ର ମିରନ ହୈଦର ନାଗରିକତ୍ବ ସଂଶୋଧନ ଆଇନ (CAA) ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ସେମାନେ ପ୍ରାୟ 1.61କୋଟି ଟଙ୍କା ନେଇଛନ୍ତି । ଏମାନେ ଫେବୃଆରୀରେ ଉତ୍ତରପୂର୍ବ ଦିଲ୍ଲୀରେ ହିଂସା ବିସ୍ତାର କରିବାକୁ ଷଡଯନ୍ତ୍ର କରିଥିଲେ। ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ ଦାଖଲ କରି ଏହା କହିଛି।
ଦିଲ୍ଲୀ ପୋଲିସ 15 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଏଥିରେ ଅନେକ ଲୋକ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବା ପାଇଁ ଏକ ବଡ଼ ଷଡଯନ୍ତ୍ରର ଅଂଶ ଭାବରେ ବିବେଚନା କରାଯାଇଛି। ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ ଡିସେମ୍ବର 1, 2019 ରୁ ଫେବୃଆରୀ 26, 2020 ମଧ୍ୟରେ ଅଭିଯୁକ୍ତ ଇଶ୍ରାତ୍ ଜାହାନ, ଖାଲିଦ ସୈଫି, ତାହିର ହୁସେନ୍, ଶିଫା ଉର ରେହମାନ ଏବଂ ମିରାନ ହୈଦରଙ୍କୁ ମୋଟ 1,61,33,703 ଟଙ୍କା ଦିଆଯାଇଛି।
ମୋଟ 1.61 କୋଟି ଟଙ୍କା ମଧ୍ୟରୁ 1,48,01186 ଟଙ୍କା ନଗଦ ଆକାରରେ ଦିଲ୍ଲୀ ହିଂସା ପାଇଁ ଦିଆଯାଇଥିଲା । ଚାର୍ଜସିଟରେ ଥିବା ଡକ୍ୟୁମେଣ୍ଟ ଗୁଡିକ ଜରିଆରେ ଦାବି କରାଯାଇଛି ଯେ ଡିସେମ୍ବର 10 ରେ ଅଭିଯୁକ୍ତ ଇଶ୍ରାତ୍ ଜାହାନଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ କର୍ପୋରେସନ୍ ବ୍ୟାଙ୍କ ଆକାଉଣ୍ଟରୁ 4 ଲକ୍ଷ ଟଙ୍କା ମିଳିଥିଲା।