ETV Bharat / bharat

50 ଫୁଟ ଗଭୀର ଖାଇକୁ ଖସିଲା କାର, 5 ମୃତ - 50 ଫୁଟ ଗଭୀର ଖାଇକୁ ଖସିଲା କାର

ଝାଡଖଣ୍ଡରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ କାର ନିୟନ୍ତ୍ରଣ ହରାଇ ଏକ 50 ଫୁଟ ଗଭୀର ଖାଇକୁ ଖସିପଡିବାରୁ ସମସ୍ତ 5 ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

50 ଫୁଟ ଗଭୀର ଖାଇକୁ ଖସିଲା କାର, 5 ମୃତ
50 ଫୁଟ ଗଭୀର ଖାଇକୁ ଖସିଲା କାର, 5 ମୃତ
author img

By

Published : May 26, 2020, 11:18 AM IST

ରାଞ୍ଚି: ଝାଡଖଣ୍ଡ ଧନବାଦ ଜିଲ୍ଲାର ଗୋବିନ୍ଦପୁର ପୋଲିସ ଷ୍ଟେସନ ଅଞ୍ଚଳରେ ସଡକ ଦୁର୍ଘଟଣା । ଜିଟି ରୋଡ ବାରୱା ଅଞ୍ଚଳର ଖୁଦିଆ ବ୍ରିଜରୁ ଏକ କାର ଅନିୟନ୍ତ୍ରିତ ହୋଇ ପ୍ରାୟ 50 ଫୁଟ ତଳକୁ ଖସିପଡିବାରୁ 5 ଜଣଙ୍କ ମୃତ୍ୟୁ ଘଟିଛି । ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତକଙ୍କୁ କାରରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପିଏମସି ଧନବାଦକୁ ପଠାଇଛି ।

50 ଫୁଟ ଗଭୀର ଖାଇକୁ ଖସିଲା କାର, 5 ମୃତ
50 ଫୁଟ ଗଭୀର ଖାଇକୁ ଖସିଲା କାର, 5 ମୃତ

ସୂଚନାମୁତାବକ, ଗୋବିନ୍ଦପୁରରୁ ନିର୍ସା ଅଭିମୁଖେ ଯାଉଥିବା ଏକ ପଶ୍ଚିମବଙ୍ଗର WB07J3228 ନମ୍ବର କାର ଖୁଦିଆ ବ୍ରିଜ ନିକଟରେ ନିୟନ୍ତ୍ରଣ ହରାଇ ବ୍ରିଜ ତଳେ ଥିବା ଗଭୀର ଖାଇକୁ ଖସିପଡିଥିଲା । ଏହାପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଗୋବିନ୍ଦପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କାର ଭିତରେ ଥିବା ସମସ୍ତ ଲୋକଙ୍କୁ ବାହାର କରିଥିଲା । ହେଲେ ସେତବେଳକୁ ବିଳମ୍ବ ହୋଇସାରିଥିଲା ।

ଗାଡି ଭିତରେ ଥିବା ସମସ୍ତ 5 ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ସମସ୍ତ ଲୋକ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.