ଭୋପାଳ: ମଧ୍ୟପ୍ରଦେଶରେ ଟ୍ରକ ଓଲଟି 5 ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ 11 ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ, 20 ପ୍ରବାସୀ ଶ୍ରମିକ ହାଇଦ୍ରାବାଦରୁ ମଧ୍ୟପ୍ରଦେଶ ଝାନସୀ ସହର ଓ ଉତ୍ତରପ୍ରଦେଶର ଏକ ସହରକୁ ଯାଉଥିଲେ । ଶନିବାର ବିଳମ୍ବିତ ରାତିରେ ଭୋପାଳ ଠାରୁ ପ୍ରାୟ 200 କିମି ଦୂରରେ ଟ୍ରକଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣ ଆହତ ହୋଇଛନ୍ତି ।
ଦୁଇ ଦିନ ପୂର୍ବରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ଚାଲି ଚାଲି ଯାଉଥିବା ସମୟରେ 16 ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲ ଗାଡି ମାଡି ଯାଇଥିଲା । ପୁଣି ଏହିପରି ଏକ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।