କାବୁଲ: ତାଲିବାନ ଓ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆଫଗାନିସ୍ତାନର ଉରୁଜଗାନରେ ତାଲିବାନ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି ବୋଲି ପ୍ରାଦେଶିକ ରାଜ୍ୟପାଳଙ୍କ ମୁଖପାତ୍ର ଜେଲଗାଇ ଏବାଡି କହିଛନ୍ତି।

ଶୁକ୍ରବାର ରାତିରେ ଉରୁଜଗାନ୍ ପ୍ରଦେଶର କେନ୍ଦ୍ରସ୍ଥ ତାରିନକୋଟ ସହରର ଉପକଣ୍ଠରେ ଏହି ଆକ୍ରମଣ ହୋଇଛି ବୋଲି ଏବାଡି କହିଛନ୍ତି।