ETV Bharat / bharat

ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ଅଟୋ: 5 ମୃତ, 6 ଗୁରୁତର

ବିଶାଖପାଟନମ ଜିଲ୍ଲାର ଚିନ୍ତାପଲ୍ଲୀରେ ବିଦ୍ୟୁତ ଖୁଣ୍ଟରେ ବାଡେଇ ହେଲା ଅଟୋ । ଅକାଳରେ ଚାଲିଗଲା 5ଟି ଜୀବନ ।

author img

By

Published : Jun 2, 2019, 9:59 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଅମରାବତୀ: ଆନ୍ଧ୍ରପ୍ରଦେଶର ବିଶାଖପାଟନମ ଜିଲ୍ଲାର ଚିନ୍ତାପଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋ ବିଦ୍ୟୁତ ଖୁଣ୍ଟରେ ପିଟି ହେବା ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସୂଚନାନୁଯାୟୀ, ରବିବାର ଏକ ଅଟୋ ବାଲାପମର ଚିରୁବୁରୁ ଗାଁରୁ ହାଟରୁ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଘଟଣାସ୍ଥଳରେ 5 ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ 6 ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ ଜଗନ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.