ETV Bharat / bharat

4ର୍ଥ ପର୍ଯ୍ୟାୟ ଭୋଟିଂ, ବାଜିରେ ଲାଗିଛି ହେଭିଓ୍ବେଟଙ୍କ ଭାଗ୍ୟ

author img

By

Published : Apr 29, 2019, 6:06 AM IST

ଆଉ କିଛି ସମୟ ପରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଭୋଟ ଦେବେ 9ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟର ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଭୋଟ ଦେବେ 9ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭୋଟର । ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ 72ଟି ଆସନରେ ଅନୁଷ୍ଠିତ ହେବ । ବିହାର, ଝାରଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଜମ୍ମୁ ଏବଂ କାଶ୍ମୀରରେ ହେବେ ଭୋଟ ଗ୍ରହଣ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତାଧିକାର ସାବ୍ୟସ୍ତ କରିବେ ମତଦାତା ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେଭିଓ୍ବେଟ ନେତାଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହେବ । କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ପୂର୍ବତନ ଜେଏନୟୁ ଛାତ୍ର ନେତା କହ୍ନେୟା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ମୁରଲି ଦୋରା, ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ସାଂସଦ ଡିମ୍ପଲ ଯାଦବଙ୍କ ଭଳି ଟପ ଲିଡର ଚତୁର୍ଥ ପର୍ଯ୍ଯାୟରେ ଅଗ୍ନୀପରୀକ୍ଷା ଦେବେ । ସେହିପରି ସାଂସଦ ମୁନ୍ ମୁନ୍ ସେନ, କଂଗ୍ରେସର ଟାଣୁଆ ନେତା ସଲମନ ଖୁରଶିଦ, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ, ପୂର୍ବତନ ସାଂସଦ ପ୍ରିୟା ଦତ୍ତ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହାଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ ।

ପ୍ରକାଶ ଯେ-ମହାରାଷ୍ଟ୍ରର 17, ଉତ୍ତର ପ୍ରଦେଶ 13, ରାଜସ୍ଥାନ 13, ପଶ୍ଚିମ ବଙ୍ଗ 8, ମଧ୍ୟପ୍ରଦେଶ 6, ଓଡିଶା 6, ବିହାର 5, ଝାରଖଣ୍ଡ 3 ଏବଂ ଜମ୍ମୁ କାଶ୍ମୀରର 1ଟି ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ।

ଓଡିଶାରେ 6ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବା ସହିତ 41ଟି ବିଧାନସଭା ଆସନରେ ମଧ୍ୟ ଏକକାଳୀନ ମତଦାନ ହେବ । ଏହା ସହିତ ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ବିଧାନସଭା ଆସନରେ ଉପ ନିର୍ବାଚନ, ଉତ୍ତର ପ୍ରଦେଶର ନିଘାସନ ଏବଂ ପଶ୍ଚିମ ବଙ୍ଗର କ୍ରୀଷ୍ଣାଗଞ୍ଜ ବିଧାସନଭାରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ । ମହାରାଷ୍ଟ୍ରର 17ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମୁମ୍ବାଇର 6ଟି ଆସନ ରହିଛି । ସେହିଭଳି ବିହାରର 5ଟି ଆସନରେ ମତଦାନ ହେବ । 66 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । 3 ମହିଳା ପ୍ରାର୍ଥୀଙ୍କ ସମେତ 21 ଜଣ ସ୍ବାଧୀନ ପ୍ରାର୍ଥୀ ଅଗ୍ନୀ ପରୀକ୍ଷା ଦେବ ।

ସୂଚନା ଥାଉକି, ଚତୁର୍ଥ ପର୍ଯ୍ୟାୟ ଲଢେଇରେ 98 ଜଣ ମହିଳା ପ୍ରାର୍ଥୀଙ୍କ ସମେତ ସମୁଦାୟ 943 ଜଣ ପ୍ରାର୍ଥୀ ମୈଦାନକୁ ଓହାଇଛନ୍ତି । ମଧ୍ୟପ୍ରଦେଶର ସିଦ୍ଧି ଆସନରେ 82 ବର୍ଷୀୟ ସ୍ବାଧୀନ ପ୍ରାର୍ଥୀ ରାମକୁମାର ଜୟସଭାଲ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ଏହା ସହିତ ମହାରାଷ୍ଟ୍ରର ଧୁଲେ ଲୋକସଭା ଆସନରେ ସର୍ବାଧିକ 28 ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।

ତେବେ ଚତୁର୍ଥ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଥିବା ଭିଆଇପି ପ୍ରାର୍ଥୀ ହେଲେ, ପୁନମ ମହାଜନ (କଂଗ୍ରେସ), ଦତ୍ତ ପ୍ରିୟା ସୁନିଲ (ବିଜେପି), ଡିମ୍ପଲ ଯାଦବ (ଏସପି), ମୁନ ମୁନ ସେନ (ଟିଏମସି), ବାବୁଲ ସୁପ୍ରିୟ (ବିଜେପି), ଶତାବ୍ଦୀ ରୟ (ଟିଏମସି), ବିବେକ କ୍ରୀଷ୍ଣା ତନଖା (କଂଗ୍ରେସ), ବୈଜୟନ୍ତ ପଣ୍ଡା (ବିଜେପି), ନକୁଲ ନାଥ (କଂଗ୍ରେସ), ଅନୁରାଗ ଶର୍ମା (ବିଜେପି), ରିଜୁ ଝୁନଝୁନଓ୍ବାଲା (କଂଗ୍ରେସ), ସଲମନ ଖୁରଶିଦ (କଂଗ୍ରେସ), ଉର୍ମିଳା ମାତୋଣ୍ଡକର (କଂଗ୍ରେସ), ହୀନା ବିଜୟକୁମାର ଗାଭିଟି (ବିଜେପି), ଦିୟା କୁମାରୀ (ବିଜେପି), ସୁଖବୀର ସିଂହ ଜୌନାପୁରିଆ (ବିଜେପି), ଏସ.ଏସ ଆଲୁବାଲିଆ (ବିଜେପି), ଗିରିରାଜ ସିଂହ (ବିଜେପି), ଗଜେନ୍ଦ୍ର ସିଂହ ଶେଖାଓ୍ବତ (ବିଜେପି), କହ୍ନେୟା କୁମାର (ସିପିଆଇ), ଅନୁଭବ ମହାନ୍ତି (ବିଜେଡି) ।

ସେହିଭଳି ଚତୁର୍ଥ ପର୍ଯ୍ୟାୟରେ ହାଇପ୍ରୋଫାଇଲ ସିଟ ଆସାନସୋଲ, ବେଗୁସରାଇ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲ, କାନୁଜ, କେନ୍ଦ୍ରାପଡା ଏବଂ ଯୋଦ୍ଧପୁର ଉପରେ ସମସ୍ତଙ୍କ ଫୋକସ ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.