ହାଇଦ୍ରାବାଦ: ନବରାତ୍ରୀର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ମା' ଦୁର୍ଗାଙ୍କୁ କୁଷ୍ମାଣ୍ଡା ବେଶରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ମା'ଙ୍କର ଏହି ରୂପକୁ ନେଇ ମାନ୍ୟତା ରହିଛି ଯେ ସେ ହିଁ ଏହି ସଂସାରର ରଚନା କରିଛନ୍ତି । ତେଣୁ ମା'ଙ୍କୁ ସୃଷ୍ଟିର ଆଦିସ୍ବରୂପା ତଥା ଆଦି ଶକ୍ତି କୁହାଯାଏ ।
ସଂସ୍କୃତ ଭାଷାରେ କୁଷ୍ମାଣ୍ଡାର ଅର୍ଥ କୁହ୍ମଡା ଅର୍ଥାତ କଦଳୀ । ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କୁ କଦଳୀର ବଳୀ ସବୁଠୁ ପିୟ । ଉତ୍ତମ ସ୍ବାସ୍ଥ୍ୟ ତଥା ଦିର୍ଘାୟୁ ପାଇଁ ଆଜିର ଦିନରେ ମାତା କୁଷ୍ମାଣ୍ଡାଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।
କୁଷ୍ମାଣ୍ଡା ମାତା ଦୁର୍ଗାଙ୍କର ଚତୁର୍ଥ ରୂପ । ମାଙ୍କର 8ଟି ହାତ ହୋଇଥିବାରୁ ତାଙ୍କୁ ଅଷ୍ଟଭୁଜା ମଧ୍ୟ କୁହାଯାଏ । ମାଙ୍କ ହାତରେ କ୍ରମଶଃ- କମଣ୍ଡଳୁ, ଧନୁ, ବାଣ, ପଦ୍ମ, ଅମୃତ କଳସ, ଚକ୍ର ତଥା ଗଦା ଶୋଭାପାଇଥାଏ । ସେହିପରି ଅଷ୍ଟମ ହାତରେ ମାଳି ନଜର ଆସିଥାଏ । ସୁର୍ଯ୍ୟ ମଣ୍ଡଳରେ ଦେବୀ କୁଷ୍ମାଣ୍ଡାଙ୍କ ନିବାସ । ତେଣୁ ମା'ଙ୍କ ଶରୀରର କାନ୍ତି ସୂର୍ଯ୍ୟଙ୍କ କିରଣରେ ଦେଦୀପ୍ୟମାନ ହୋଇଥାଏ ।
ମା' କୁଷ୍ମାଣ୍ଡାଙ୍କ ପୂଜା ପାଇଁ ଶୁଭ ମୁହୂର୍ତ୍ତ 1 ଅକ୍ଟୋବର ଦିନ 1ଟା 56ରୁ ଆରମ୍ଭ ହୋଇଯାଇଥିବା ବେଳେ ଏହି 2 ଅକ୍ଟୋବର ସକାଳ 11ଟା 40 ପର୍ଯ୍ୟନ୍ତ ରହିବ । ମା'ଙ୍କୁ ଏହି ଦିନ ମାଲପୁଆର ପ୍ରସାଦ ଲାଗି ହୋଇଥାଏ ।