ETV Bharat / bharat

ଦେଶରେ 80 ଲକ୍ଷ ପାର କଲା କୋରୋନା ଆକ୍ରାନ୍ତ ସଂଖ୍ୟା, ଦିନକରେ 517 ମୃତ - କୋରୋନା ମହାମାରୀ

କୋରୋନା ମହାମାରୀ ବ୍ୟାପିବାର 7 ମାସ ପରେ ମଧ୍ୟ ଜାରି ରହିଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 49 ହଜାର 881 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 517 ଜଣଙ୍କର ପ୍ରାଣହାନୀ ଘଟିଛି । ଅଧିକ ପଢନ୍ତୁ...

49,881 new covid-19 infections and 517 new deaths in last 24 hrs in india
କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 49,881 ସଂକ୍ରମିତ, 517 ମୃତ
author img

By

Published : Oct 29, 2020, 10:18 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରାସ ସମଗ୍ର ବିଶ୍ବରେ ତାଣ୍ଡବ ରଚୁଛି । ଗତ କିଛି ଦିନ ଧରି ଦେଶରେ କୋରୋନା ଗ୍ରାଫ ତଳମୁହାଁ ଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି ସଂକ୍ରମଣ । ଯାହା ଦ୍ବାରା ବର୍ତ୍ତମାନ ସଂକ୍ରମଣ ସଂଖ୍ୟା 80 ଲକ୍ଷ ପାର କରିଛି । ସେହିପରି 1 ଲକ୍ଷ ପାର କରିଛି କୋରୋନା ମୃତ୍ୟୁ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 49 ହଜାର 881 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 517 ଜଣଙ୍କର ପ୍ରାଣହାନୀ ଘଟିଛି । ଯାହାକୁ ମିଶାଇ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 80 ଲକ୍ଷ 40 ହଜାର 203 ପାର କରିଛି ଏବଂ ମୃତ୍ୟୁ ସଂଖ୍ୟା 1 ଲକ୍ଷ 20 ହଜାର 527 କୁ ଛୁଇଁଛି ।

ସେହିଭଳି ଗତ 24 ଘଣ୍ଟା ମଧ୍ୟରେ 56 ହଜାର 480 ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ 73 ଲକ୍ଷ 15 ହଜାର 989 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 6 ଲକ୍ଷ 03 ହଜାର 687 ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.