ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚନ୍ଦୌଲୀରୁ ଗିରଫ ହୋଇଥିବା ଆଇଏସଆଇ ଏଜେଣ୍ଟ ରଶିଦର ରିମାଣ୍ଡ ଶେଷ ହୋଇଛି । ବର୍ତ୍ତମାନ ରଶିଦକୁ ଜେଲ ପଠାଯାଇଥିବା ବେଳେ ରଶିଦର ମୋବାଇଲରେ ଥିବା ହ୍ବାଟ୍ସଆପ ଗ୍ରୁପରେ ଭାରତୀୟ ଥିବା ଜଣାପଡିଛି । ପ୍ରାୟ 49 ଭାରତୀୟ ରଶିଦର ହ୍ବାଟ୍ସଆପ ଗ୍ରୁପରେ ଥିବା ପୋଲିସ ଜାଣିବାକୁ ପାଇଛି ।
ରଶିଦର ସିମ କାର୍ଡ ପାକିସ୍ତାନରୁ ଆକ୍ଟିଭେଟ୍ କରାଯାଇଛି । ଏହାସହ ଗ୍ରୁପରେ ଥିବା 49ଜଣଙ୍କୁ ଭାରତରେ ଗୁପ୍ତଚର ଭାବରେ ରଖାଯାଇଥିଲା । ‘ଜିନ୍ଦେଗୀ ନା ମିଲେଗୀ’ ଗ୍ରୁପ ଜରିଆରେ ଆଇଏସଆଇ ନିଜ କାର୍ଯ୍ୟ କରୁଥିବାର ଜାଣିବାକୁ ମିଳିଛି । ଏହି ଗ୍ରୁପରେ ପ୍ରାୟ 75 ଜଣ ସଦସ୍ୟ ଅଛନ୍ତି ।
ତେବେ ATS ଗ୍ରୁପ ରିକଭର୍ କରାଯାଇଥିଲେ ବି ଗ୍ରୁପରେ ହୋଇଥିବା ମେସେଜ ରିକଭର୍ ହୋଇପାରିନି । ରଶିଦର ଗୋଟେ ନମ୍ବରର ହ୍ବାଟ୍ସଆପ ଗ୍ରୁପ ରିକଭର୍ କରାଯାଇଥିବା ବେଳେ ଦ୍ବିତୀୟ ନମ୍ବରର ହ୍ବାଟ୍ସଆପ ଗ୍ରୁପ ରିକଭର୍ ହୋଇପାରିନାହିଁ । ପାକିସ୍ତାନରେ ଥିବା ଆଇଏସଆଇ ଏଜେଣ୍ଟ ଏହି ଗ୍ରୁପରେ ଡବଲ୍ ସିକ୍ୟୁରିଟି ଲଗାଇଥିବାରୁ ଏହାକୁ ଟ୍ରାକ୍ କରାଯାଇପାରୁନି ।