ETV Bharat / bharat

ଭୂକମ୍ପ ଝଟକାରେ ଥରିଲା ଲଦାଖ-ଜମ୍ମୁ-କାଶ୍ମୀର - ଜମ୍ମୁ-କାଶ୍ମୀର

ଭୂକମ୍ପ ଝଟକାରେ ଥରିଲା ଲଦାଖ ଏବଂ ଜମ୍ମୁ-କାଶ୍ମୀର । ଲଦାଖରେ ଅପରାହ୍ନ 1ଟା 11 ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରେ ଅପରାହ୍ନ 2ଟା 2 ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଭୂକମ୍ପ ଝଟକା ଥରିଲା ଲଦାଖ-ଜମ୍ମୁ-କାଶ୍ମୀର
ଭୂକମ୍ପ ଝଟକା ଥରିଲା ଲଦାଖ-ଜମ୍ମୁ-କାଶ୍ମୀର
author img

By

Published : Jul 2, 2020, 3:35 PM IST

କାରଗିଲ: ଭୂକମ୍ପ ଝଟକାରେ ଥରିଲା ଲଦାଖ । ଗୁରୁବାର ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି । ଅପରାହ୍ନ 1ଟା 11 ମିନିଟ ସମୟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଭୂକମ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହାର କେନ୍ଦ୍ରସ୍ଥଳ ଲଦାଖର କାରଗିଲ ଠାରୁ 119 କିମି ଉତ୍ତର-ପଶ୍ଚିମ ଦିଗରେ ଥିଲା ବୋଲି ଜଣାପଡିଛି । ତେବେ ମଧ୍ୟମ ତୀବ୍ରତାର ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସେପଟେ ଜମ୍ମୁ-କାଶ୍ମୀରରେ ମଧ୍ୟ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି । ଜମ୍ମୁ-କାଶ୍ମୀରର କତ୍ରା ନିକଟରେ ଅପରାହ୍ନ 2ଟା 2 ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.6 ରୋକର୍ଡ କରାଯାଇଛି ।

ଏହାପୂର୍ବରୁ ଜୁଲାଇ 1 ତାରିଖରେ ଲଦାଖର ପଡୋଶୀ ପ୍ରଦେଶ ଜମ୍ମୁ-କାଶ୍ମୀରରେ 2 ଥର ଭୂକମ୍ପ ଝଟକା ଅନୁଭୁତ ହୋଇଥିଲା । ସେହିପରି ଜୁନ 26 ତାରିଖରେ ହରିୟାଣା ଏବଂ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡିଥିଲା । ତେବେ ଦେଶବାସୀ ବର୍ତ୍ତମାନ କୋରୋନା ଭାଇରସ ସହ ଲଢୁଥିବା ବେଳେ ଅଧିକାଂଶ ସମୟରେ ହେଉଥିବା ଭୂମିକମ୍ପ ସେମାନଙ୍କୁ ଭୟଭୀତ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.