ETV Bharat / bharat

ତେଲେଙ୍ଗାନାରେ 45 ଟପିବ ତାପମାତ୍ରା !

ହୁ ହୁ ହୋଇ ବଢୁଛି ତେଲେଙ୍ଗାନାର ତାପମାତ୍ରା । ଆହୁରି ବଢିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ଆସନ୍ତା ଜୁନର ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ 45 ଡିଗ୍ରୀରେ ପହଞ୍ଚିବ ତାତି ।

ଫାଇଲ ଫଟୋ
author img

By

Published : May 17, 2019, 11:31 AM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବଢିବ ତାପମାତ୍ରା । ପାରଦ ଟପିବ 45 । ଅସ୍ତବ୍ୟସ୍ତ ହେବ ଜନଜୀବନ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବାକୁ ଥିବାବେଳେ ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏନେଇ ପାଣିପାଗ ବିଜ୍ଞାନୀ ନାଗାରତ୍ନ କହିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ ତେଲେଙ୍ଗାନାରେ ପାରଦ 45 ରୁ 47 ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ତେବେ ଏହି ତାତି କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ ।

ସେପଟେ ବିଗତ କିଛି ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ପାରଦ 42 ଡିଗ୍ରୀ ଉପରେ ରହିଛି । ଗତ ବୁଧବାର ନିଜାମାବାଦରେ 43.4, ଆଦିଲାବାଦ 43.3 ଡିଗ୍ରୀ, ନାଲଗୋଣ୍ଡା 43.3 ଡିଗ୍ରୀ. ରାମାଗୁଡ଼ାମରେ ପାରଦ 42.2 ଡିଗ୍ରୀ ଉପରେ ରହିଥିଲା । ସେପଟେ ଏହି ତାତି ସହିତ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.