ETV Bharat / bharat

ଆଇଜିଆଇରୁ 45 କୋଟିର ଡ୍ରଗ୍ସ ଜବତ, ବିଦେଶୀ ମହିଳା ଗିରଫ

ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜଣେ ବିଦେଶୀ ମହିଳାଙ୍କ ନିକଟରୁ 10 କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି ।

author img

By

Published : Aug 1, 2019, 10:27 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଏଠାକାର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଆଇଜିଆଇ)ରୁ 10 କେଜିର ଡ୍ରଗ୍ସ ଜବତ ହୋଇଛି । ଏ ଘଟଣାରେ ଜଣେ ମୋଜାମ୍ବିକ ମହିଳାଙ୍କୁ ଗିରଫ କରିଛି ଇଣ୍ଟେଲିଜେନ୍ସ ୟୁନିଟ ଓ ଏୟାର କଷ୍ଟମ ପ୍ରିଭେଣ୍ଟିଭ୍ ଟିମ୍ ।

କଷ୍ଟମ କମିଶନର ମନୀଷ କୁମାରଙ୍କ କହିବା ଅନୁସାରେ, ମହିଳା ଜଣଙ୍କ ଏଡିସ ଅବାବ୍ରୁ ଦିଲ୍ଲୀ ଆସୁଥିଲେ । ହେଲେ ତାଙ୍କ ହାବଭାବ ଯୋଗୁଁ ସେ ସନ୍ଦେହ ଘେରକୁ ଆସିଯାଇଥିଲେ। ଏହାପରେ ତାଙ୍କର ଯାଞ୍ଚ ହୋଇଥିଲା । ଏକ କଳା ପାଇପ ଭଳି ପଲିଥିନ ଭିତରୁ ଧଳା ଧଳା କିଛି ପାଉଡର ବାହାରିଥିଲା ଯାହାର ଓଜନ 10 କିଲୋଗ୍ରାମ ଥିଲା ।

ଏହାର ତଦାରଖ କରିବା ପରେ ଏହା ଡ୍ରଗ୍ସ ବୋଲି ଜଣାପଡିଥିଲା। ଯାହାର ମୂଲ୍ୟ 45 କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଏ ଘଟଣାରେ କଷ୍ଟମ ବିଭାଗ ଉକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ କରୁଛି।

Intro:Body:

pra

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.