ETV Bharat / bharat

ପୁଣି ବାଲାକୋଟରେ ସକ୍ରିୟ ଆତଙ୍କୀ, ଆତ୍ମଘାତୀ ଆକ୍ରମଣ ପାଇଁ ଚାଲିଛି ଟ୍ରେନିଂ - ଏଏନ୍ଆଇକୁ ମିଳିଛି ଏହି ସୂଚନା

ଆକ୍ରମଣର ଆଠ ମାସ ପରେ ପୁଣି ବାଲାକୋଟରେ ସକ୍ରିୟ ହୋଇଛି ଜୈଶ-ଏ-ମହମ୍ମଦ । ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ଚଳାଇଛି ଅଭିଯାନ । 45ରୁ 50 ଆତଙ୍କବାଦୀଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦେଉଛି ଜେଇଏମ ।

ଫାଇଲ ଫଟୋ
author img

By

Published : Oct 14, 2019, 9:17 PM IST

Updated : Oct 14, 2019, 9:53 PM IST

ନୂଆଦିଲ୍ଲୀ: ଗତ ଫେବୃୟାରୀ 27ରେ ପାକିସ୍ତାନ ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା । ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିର । ଆକ୍ରମଣକୁ ଆଠ ମାସ ପୂରିନଥିବା ବେଳେ ପୁଣି ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଜେଇଏମ । ଭାରତୀୟ ସେନା ଉପରେ ପ୍ରତିଶୋଧ ନେବାକୁ ଚଳାଇଛି ଆତ୍ମଘାତୀ ଆତଙ୍କୀ ପ୍ରଶିକ୍ଷଣ ।

ପୁଣି ବାଲାକୋଟରେ ସକ୍ରିୟ ଆତଙ୍କୀ
ଫଟୋ ସୌଜନ୍ୟ:@ANI

ସୁରକ୍ଷା ସଂସ୍ଥାରୁ ମିଳିଥିବା ସୁତ୍ର ମୁତାବକ ପାଖାପାଖି 45ରୁ 50 ଆତଙ୍କବାଦୀଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦେଉଛି ଜୈଶ-ଏ-ମହମ୍ମଦ । ଆତଙ୍କବାଦୀଙ୍କ ଭୂସ୍ବର୍ଗ ସାଜିଥିବା ପାକିସ୍ତାନର ବାଲାକୋଟ ସହରରେ ଚାଲିଛି ଏହି ପ୍ରଶିକ୍ଷଣ ଶିବିର । ଭାରତୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ମିଳିଛି ଏହି ବଡ଼ ସୂଚନା ।

ସୂତ୍ର ମୁତାବକ ପ୍ରଶିକ୍ଷଣ ନେଉଥିବା ଆତଙ୍କୀମାନେ କାଶ୍ମୀର ସ୍ଥିତ ସେନା ଶିବିର ଉପରେ ଆକ୍ରମଣ କରିବାକୁ ଅଭିଯାନ ଚଳାଉଥିବା ଜଣାପଡ଼ିଛି । ସେନାର ବାଲାକୋଟ ଆକ୍ରମଣ ପରେ 6 ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ବନ୍ଦ ରହିଥିଲା । କିନ୍ତୁ ଅକ୍ଟୋବର ମାସ ଠାରୁ ପୁନର୍ବାର ଜୈଶ-ଏ-ମହମ୍ମଦ ଏହି ପ୍ରଶିକ୍ଷଣ ଚଳାଇଥିବା ଜାଣିବାକୁ ପାଇଛି ସୁରକ୍ଷା ସଂସ୍ଥା ।

Intro:Body:

ss

Conclusion:
Last Updated : Oct 14, 2019, 9:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.