ETV Bharat / bharat

ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି 448 ଗିରଫ

author img

By

Published : Apr 15, 2020, 11:29 PM IST

କୋଲକାତା ପୋଲିସ ବୁଧବାର 448 ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ସୁରକ୍ଷା କଟକଣା ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଥିଲା । ଅଧିକ ପଢନ୍ତୁ...

ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି 448 ଗିରଫ
ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି 448 ଗିରଫ

କୋଲକାତା: କୋରୋନା ପ୍ରକୋପକୁ ରୋକିବା ପାଇଁ ଲକଡାଉନ 2.0ରେ ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ସମ୍ପୂର୍ଣ୍ଣ ସୁରକ୍ଷା କଟକଣା ଲାଗୁ ହୋଇଛି । ତେବେ ଏହାକୁ ଉଲ୍ଲଙ୍ଘନ କରିବାରୁ ବିଭିନ୍ନ ରାଜ୍ୟରେ ଅନେକ ଲୋକଙ୍କୁ ପୋଲିସ ଗିରଫ କରିଛି ।

କୋଲକାତା ପୋଲିସ ବୁଧବାର 448 ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ନାମରେ ସୁରକ୍ଷା କଟକଣା ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଥିଲା । ଏହାସହ 93ଟି ଗାଡି ଜବତ କରିଛି ପୋଲିସ । କଟକଣା ବେଳେ ଏମାନେ ବାହାରକୁ ବାହାରିଥିବାର ପୋଲିସ ସୂଚନା ଦେଇଛି । ପଶ୍ଚିମବଙ୍ଗରେ ବର୍ତ୍ତମାନ ସୁଦ୍ଧା 213ଟି କୋରୋନା ପଜିଟିଭ ମାମଲା ସ୍ପଷ୍ଟ ହୋଇଛି ।

ସେହିପରି ଜମ୍ମୁ ଓ କାଶ୍ମୀରର ହଣ୍ଡୱାରାରେ ନିୟମ ଉଲ୍ଲଙ୍ଘନ କରି 41 ଲୋକ ଗିରଫ ହୋଇଛନ୍ତି । ନିଷେଧ କଟକଣା ଥିବା ସତ୍ତ୍ବେ ଖୋଲିଥିବାରୁ 8ଟି ଦୋକାନ ସିଲ ହୋଇଛି । ଏହାସହ ପୋଲିସ 3ଟି ଗାଡି ଜବତ କରିଛି । ଏବେ ସୁଦ୍ଧା କେନ୍ଦ୍ରଶାସିତ ଅଞ୍ଚଳରେ 278ଟି କୋରୋନା ମାମଲା ବାହାରିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.