ETV Bharat / bharat

ଲାଇଫଲାଇନ ଉଡାନରେ ସେବା ଯୋଗାଇଛନ୍ତି 443 ବିମାନ

ଦେଶର କୋଭିଡ-19 ଯୁଦ୍ଧରେ 443ଟି ବିମାନ ମେଡିକାଲ ସାମଗ୍ରୀ ପହଞ୍ଚାଇବାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଏୟାର ଇଣ୍ଡିଆ ଓ ଏଲିଆନ୍ସ ଏୟାରର 265ଟି ବିମାନ ସେବା ଯୋଗାଇଛନ୍ତି । ଅଧିକ ପଢନ୍ତୁ...

ଲାଇଫଲାଇନ ଉଡାନରେ ସେବା ଯୋଗାଇଛନ୍ତି 443 ବିମାନ
ଲାଇଫଲାଇନ ଉଡାନରେ ସେବା ଯୋଗାଇଛନ୍ତି 443 ବିମାନ
author img

By

Published : May 5, 2020, 1:43 AM IST

ନୂଆଦିଲ୍ଲୀ: ଲାଇଫଲାଇନ ଉଡାନ ଅଧୀନରେ ଯୋଡି ହୋଇଛନ୍ତି ଅଧିକ 21ଟି ବିମାନ । ପୂର୍ବରୁ 422 ଥିବା ଏହି ବିମାନଙ୍କ ସଂଖ୍ୟା ଏବେ 443ରେ ପହଞ୍ଚିଛି । ଦେଶବ୍ୟାପୀ ମେଡିକାଲ ସାମଗ୍ରୀ ପହଞ୍ଚାଇବାରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଦ୍ବାରା ଲାଇଫଲାଇନ ବିମାନରେ ସମସ୍ତ ଦୂରବର୍ତ୍ତୀ ଓ ଦୁର୍ଗମ ଅଞ୍ଚଳରେ ମେଡିକାଲ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ଏୟାର ଇଣ୍ଡିଆ, ଏଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଏବଂ କିଛି ଘରୋଇ କମ୍ପାନୀର ବିମାନ ଏହି କାର୍ଯ୍ୟରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ଦେଶର କୋଭିଡ-19 ଯୁଦ୍ଧରେ 443ଟି ବିମାନ ସାମଗ୍ରୀ ପହଞ୍ଚାଇବାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି ।

ଏମାନଙ୍କ ମଧ୍ୟରୁ କେବଳ ଏୟାର ଇଣ୍ଡିଆ ଓ ଏଲିଆନ୍ସ ଏୟାରର 265ଟି ବିମାନ ସେବା ଯୋଗାଇଛନ୍ତି । ଏବେ ଯାଏଁ ମୋଟ 821.07 ଟନ କାର୍ଗୋ ଯୋଗାଣ ହୋଇଛି । ଆକାଶ ମାର୍ଗରେ ମୋଟ 4 ଲକ୍ଷ 34 ହଜାର 531 କିଲୋମିଟର ଏହି ବିମାନ ସବୁ ଉଡି ସେବା ଯୋଗାଇଛନ୍ତି ବୋଲି ଜଣାପଡିଛି । ଲକଡାଉନବେଳେ ଦେଶରେ ବିଭିନ୍ନ ଦୁର୍ଗମ ଜାଗାକୁ ଏହି ଲାଇଫଲାଇନ ବିମାନ ଦ୍ବାରା ସମସ୍ତ ଅତ୍ୟାବଶ୍ୟକୀୟ ଓ ମେଡିକାଲ ସାମଗ୍ରୀ ପଠାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ଏମାନଙ୍କ ମଧ୍ୟରୁ ପୱନ ହଂସ ଲିମିଟେଡ ଦ୍ବାରା ଜମ୍ମୁ-କାଶ୍ମୀର, ଲଦାଖ, ସମସ୍ତ ଦ୍ବୀପ ଓ ଉତ୍ତର-ପୂର୍ବରେ ଯୋଗାଣ କାର୍ଯ୍ୟ ହୋଇଛି । ଏବେ ଯାଏଁ ପୱନ ହଂସ 2.27 ଟନ କାର୍ଗୋ ଆକାଶମାର୍ଗରେ 7729 କିଲୋମିଟର ଉଡି ଏହିସବୁ ଜାଗାରେ ପହଞ୍ଚାଇଛି । ଘରୋଇ କାର୍ଗୋ ପରିଚାଳନା କରୁଥିବା ସ୍ପାଇସ ଜେଟ୍, ବ୍ଲୁ ଡାର୍ଟ, ଇଣ୍ଡିଗୋ, ଭିସ୍ତାରା ପ୍ରଭୃତି ଏହି ସମୟରେ କାର୍ଗୋ ବିମାନ ଚଳାଇବା ସହ ମେଡିକାଲ ସାମଗ୍ରୀ ଯୋଗାଇବାରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.