ETV Bharat / bharat

ଦେଶରେ ଦିନକରେ 41,810 ନୂଆ ଆକ୍ରାନ୍ତ ଚିହ୍ନଟ, 496 ମୃତ - ଭାରତ କୋରୋନା ଅପଡେଟ

ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଦେଶରେ ଦିନକରେ 41,810 ନୂଆ ଆକ୍ରାନ୍ତ ଚିହ୍ନଟ, 496 ମୃତ । ଅଧିକ ପଢନ୍ତୁ...

41810 new covid19 infections and 496 new deaths in last 24 hrs in india
ଦେଶରେ ଦିନକରେ 41,810 ନୂଆ ଆକ୍ରାନ୍ତ ଚିହ୍ନଟ, 496 ମୃତ
author img

By

Published : Nov 29, 2020, 10:33 AM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତଳକୁ ଖସୁଛି କୋରୋନା ସଂକ୍ରମଣ ମାମଲା । ଗତ କିଛି ଦିନ ହେବ ଏହି ସଂଖ୍ୟାରେ କ୍ରମାଗତ ହ୍ରାସ ପାଉଛି । ଦୈନିକ 40 ହଜାର ଉପରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଗତ 24 ଘଣ୍ଟାରେ 41 ହଜାର 810 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 496 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

ସଦ୍ୟତମ ରିପୋର୍ଟକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 93 ଲକ୍ଷ 92 ହଜାର 920କୁ ବୃଦ୍ଧି ପାଇଛି । ସେହିପରି, ମୃତ୍ୟୁ ସଂଖ୍ୟା 1 ଲକ୍ଷ 36 ହଜାର 696କୁ ଛୁଇଁଛି । ତେବେ, ଦେଶରେ 4 ଲକ୍ଷ 53 ହଜାର 956ଟି ସକ୍ରିୟ ମାମଲା ରହିଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ 88 ଲକ୍ଷ 2ହଜାର 267 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.