ETV Bharat / bharat

ଦିଲ୍ଲୀରେ ରହିଛି 417 କଣ୍ଟେନମେଣ୍ଟ ଜୋନ, ସଂକ୍ରମଣ ସଂଖ୍ୟା 80 ହଜାରକୁ ବୃଦ୍ଧି

ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ବର୍ତ୍ତମାନ ସୁଦ୍ଧା 2.45 ଲକ୍ଷ ଲୋକଙ୍କର ସ୍କ୍ରିନିଂ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 28, 2020, 4:22 PM IST

ଦିଲ୍ଲୀରେ ରହିଛି 417 କଣ୍ଟେନମେଣ୍ଟ ଜୋନ, ସଂକ୍ରମଣ ସଂଖ୍ୟା 80 ହଜାରକୁ ବୃଦ୍ଧି
ଦିଲ୍ଲୀରେ ରହିଛି 417 କଣ୍ଟେନମେଣ୍ଟ ଜୋନ, ସଂକ୍ରମଣ ସଂଖ୍ୟା 80 ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀର କୋଭିଡ-19 କଣ୍ଟେନମେଣ୍ଟ ଜୋନର ପୁନଃ ମୂଲ୍ୟାଙ୍କନ କରିବା ପରେ ଏଭଳି ଅଞ୍ଚଳ ସଂଖ୍ୟା 417କୁ ବୃଦ୍ଧି ପାଇଛି। ଏହା ସହିତ ରାଜଧାନୀରେ କୋଭିଡ-19 ର ପ୍ରସାରକୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 2.45 ଲକ୍ଷ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି । ଅଧିକାରୀମାନେ ରବିବାର କହିଛନ୍ତି ଯେ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ ସମ୍ବନ୍ଧରେ ଏକ ସମୀକ୍ଷା କରାଯାଉଛି। କେତେକ ଜିଲ୍ଲାରେ ସମୀକ୍ଷା କାର୍ଯ୍ୟ ସମାପ୍ତ ହୋଇନାହିଁ । ଏହିପରି କ୍ଷେତ୍ର ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି ।

ଏହି ମୂଲ୍ୟାଙ୍କନ ପୂର୍ବରୁ ରାଜଧାନୀରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା 280 ଥିଲା। ସେ କହିଛନ୍ତି, ଦିଲ୍ଲୀର କୋଭିଡ -19 ସହ ଜଡିତ ପ୍ରାୟ 2 ଲକ୍ଷ ଲୋକଙ୍କ ଉପରେ ଆମେ ଏକ ଘର ଘର ବୁଲି ସର୍ଭେ କରିଛୁ । କଣ୍ଟେନମେଣ୍ଟ ଜୋନରେ 45 ହଜାର ଲୋକଙ୍କ ସ୍କ୍ରିନିଂ ମଧ୍ୟ କରାଯାଇଛି। ପ୍ରତ୍ୟେକ ଘରେ ସ୍କ୍ରିନିଂ ପ୍ରକ୍ରିୟା ଜୁଲାଇ 6 ସୁଦ୍ଧା ଶେଷ ହେବ।

2011 ଜନଗଣନା ଅନୁଯାୟୀ, ଜାତୀୟ ରାଜଧାନୀରେ 34.35 ଲକ୍ଷ ଘର ଅଛି ଯେଉଁଥିରୁ ସହରାଞ୍ଚଳରେ 33.56 ଲକ୍ଷ ଏବଂ ଗ୍ରାମାଞ୍ଚଳରେ 79,574 ଘର ଅଛି। ଦିଲ୍ଲୀ ସରକାରଙ୍କ ଦ୍ବାରା ପ୍ରକାଶିତ କୋଭିଡ-19 କାର୍ଯ୍ୟ ଯୋଜନା ଅନୁଯାୟୀ, କଣ୍ଟେନମେଣ୍ଟ ଜୋନର ପୁନଃ ମୂଲ୍ୟାଙ୍କନ ଜୁନ 30 ସୁଦ୍ଧା ଶେଷ ହେବା ଉଚିତ।

ଦିଲ୍ଲୀରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 80 ହଜାର188ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, 2558 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 49,301 ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ତେବେ ସମୁଦାୟ 28 ହଜାର 329ଟି ପଜିଟିଭ ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.