ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ଯାଞ୍ଚ ପରେ 411ଟି ନାମାଙ୍କନ ପତ୍ର ଖାରଜ

author img

By

Published : Jan 23, 2020, 3:09 PM IST

ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ 21 ଜାନୁଆରୀ ରହିଥିଲା। ସମସ୍ତ 70 ସିଟ୍‌ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ 411 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ 21 ଜାନୁଆରୀ ରହିଥିଲା। ସମସ୍ତ 70 ସିଟ୍‌ ପାଇଁ ଜାନୁଆରୀ ୨୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୪ରେ ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି। ଏବେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି । ଏଥିରେ 411 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ଖାରଜ କରାଯାଇଛି । ସେହିପରି 3 ଜଣ ପ୍ରାର୍ଥୀ ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ କରିନେଇଛନ୍ତି ।

ଦିଲ୍ଲୀ ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ସମସ୍ତ 70ଟି ସିଟ୍‌ ପାଇଁ ମୋଟ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ମହିଳାଙ୍କ ସଂଖ୍ୟା 187 ରହିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖରେ ମୋଟ 806 ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ନାମାଙ୍କନର ଶେଷ ଦିନରେ ମୋଟ 55 ବିଧାନସଭା ସିଟରେ 806 ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ନୂଆଦିଲ୍ଲୀ ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିଲେ । ନୂଆଦିଲ୍ଲୀ ସିଟ୍‌ରେ ଗତ କାଲି ସୁଦ୍ଧା ନାମାଙ୍କନ ସଂଖ୍ୟା 88 ରହିଥିଲା।

ସମସ୍ତ 70ଟି ସିଟ୍‌ ପାଇଁ 842 ଜଣ ପୁରୁଷ ଓ 187 ଜଣ ମହିଳା ନାମାଙ୍କନ ଦାଖଲ କରିଛନ୍ତି । ସୂଚନା ଯେ ଜଣେ ପ୍ରତ୍ୟାଶୀ ଏକାଧିକ ଆସନରେ ନାମାଙ୍କନ ଦାଖଲ କରିପାରିବେ। ଏଥିରେ ପ୍ରାର୍ଥୀ ନିଜର 4ଗୋଟି ପ୍ରାର୍ଥୀ ପତ୍ର ନିଜ ପତ୍ନୀ, ଭାଇ କିମ୍ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ନାମରେ ନାମାଙ୍କନ ଦାଖଲ କରିପାରିବେ । ଏହି କାରଣରୁ 70 ସିଟ୍‌ ପାଇଁ 1029 ପ୍ରାର୍ଥୀ ମୋଟ 1528 ନାମାଙ୍କନ ଦାଖଲ କରିଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ୨୪ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ସହ ଏହି ଦିନ 70 ସିଟ୍‌ ପାଇଁ ପ୍ରାର୍ଥୀଙ୍କ ଫାଇନାଲ ଲିଷ୍ଟ ଜାରି କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୨୨ରେ ଶେଷ ହେଉଛି। ଫେବୃୟାରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୧୧ରେ ଘୋଷଣା କରାଯିବ । ପ୍ରାୟ ୧.୪୬ କୋଟି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Intro:Body:

411 nominations rejected, 3 withdrawn for Delhi polls

New Delhi, Jan 23 (IANS) As many as 411 nominations were rejected and three were withdrawn as of Thursday, after the nominations for February 8 elections in Delhi ended and the scrutiny was held on Wednesday.

According to the Election Commission, 1,029 candidates had filed 1,528 nominations for the 70 assembly constituencies here.

On Tuesday, the last day of filing papers, 806 nominations were filed, including that of AAP chief Arvind Kejriwal.

These nominations also included cover candidates -- fielded to ensure that a political party has a person to contest election in case its official candidate''s papers were rejected during the scrutiny.

Friday (January 24) is the deadline for withdrawing nominations.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.