ETV Bharat / bharat

ଭାରତରେ ଅନୁପ୍ରବେଶ ପାଇଁ 400ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କ ପିଓକେରେ ମେଳି !

ହିଜବୁଲ ମୁଜାହିଦ୍ଦିନ କିଙ୍ଗପିନ୍ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରିୟାଜ ନାଇକୁଙ୍କ ମୃତ୍ୟୁ ପରେ ବୁଧବାର ଅପରାହ୍ନରୁ ପାକିସ୍ତାନ ଏଲଓସି ଉପରେ ଗୁଳି ବିନିମୟ ଆରମ୍ଭ କରିଛି। ସେନା ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନରୁ ହୋଇଥିବା ଗୁଳି ବିନିମୟକୁ ଜବାବ ଦିଆଯାଉଛି। ଆତଙ୍କବାଦୀଙ୍କୁ ଗୁଳି ବିନିମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି । ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରାୟ 400 ରୁ 500 ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି। ଅଧିକ ପଢନ୍ତୁ...

author img

By

Published : May 10, 2020, 7:00 PM IST

terrorists at launch pads
terrorists at launch pads

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣରେ ବିଶ୍ବ ତ୍ରାହି ତ୍ରାହି ଡାକୁଛି । କୋରୋନା ବିତ୍ପାତ୍ତରୁ ବାଦ ପଡିନାହିଁ ପାକିସ୍ତାନ । ଏଭଳି ବିଶ୍ବ ସଙ୍କଟ ସମୟରେ ମଧ୍ୟ ପାକିସ୍ତାନ ଆତଙ୍କୀସ୍ଥାନ ବୋଲି ପ୍ରମାଣ କରିବାରେ କୌଣସି ସୁଯୋଗ ହାତ ଛଡା କରୁନାହିଁ । ଭାରତରେ ଅଶାନ୍ତି , ଅସ୍ଥିରତା ଓ ଆତଙ୍କୀ କାର୍ଯ୍ୟକଳାପ ପାଇଁ ହୀନ ଚକ୍ରାନ୍ତ ଜାରି ରଖିଛି । କେତେବେଳେ ଅସ୍ତ୍ରବିରତୀ ଉଲ୍ଲଂଘନ ତ କେତେବେଳେ ଗ୍ରାମବାସୀଙ୍କ ଉପରକୁ ମୋର୍ଟାରର ମାଡ ଜାରି ରଖିଛି ପାକିସ୍ତାନ । ଏହାସହ ନିଜ ସେନା ପ୍ରୟାସରେ ଭାରତକୁ ଆତଙ୍କୀ ଅନୁପ୍ରବେଶ କରାଇବାରେ ଅହରହ ଉଦ୍ୟମରେ ପାକିସ୍ତାନ । ଭାରତୀୟ ସେନା ଏହାର କଡା ଜବାବ ଦେବା ଜାରି ରଖିଛି । ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ 400ରୁ 500 ଆତଙ୍କୀ ଭରତରେ ଅନୁପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ଗୁଇନ୍ଦା ସୂଚନା ରହିଛି ।

ହିଜବୁଲ ମୁଜାହିଦ୍ଦିନ କିଙ୍ଗପିନ୍ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରିୟାଜ ନାଇକୁଙ୍କ ମୃତ୍ୟୁ ପରେ ବୁଧବାର ଅପରାହ୍ନରୁ ପାକିସ୍ତାନ ଏଲଓସି ଉପରେ ଗୁଳି ବିନିମୟ ଆରମ୍ଭ କରିଛି। ସେନା ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନରୁ ହୋଇଥିବା ଗୁଳି ବିନିମୟକୁ ଜବାବ ଦିଆଯାଉଛି। ଆତଙ୍କବାଦୀଙ୍କୁ ଗୁଳି ବିନିମୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି, ତେଣୁ ନିୟନ୍ତ୍ରଣ ରେଖା ଉପରେ ସେନା କଡା ନଜର ରଖିଛି। ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରାୟ 400 ରୁ 500 ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି। ଆତଙ୍କୀଙ୍କ ଟାର୍ଗେଟରେ ସୁରକ୍ଷା ବାହିନୀ ବ୍ୟତୀତ କାଶ୍ମୀରବାସୀ, ଓ ପ୍ରଶାସନରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଧିକାରୀ ରହିଛନ୍ତି ।

ଗୁଇନ୍ଦା ସୂତ୍ର ଅନୁଯାୟୀ ମୁଖ୍ୟ ଲଞ୍ଚ୍ ପ୍ୟାଣ୍ଡରେ ଆତଙ୍କବାଦୀଙ୍କ ମେଳି ଦେଖିବାକୁ ମିଳୁଛି । ଉତ୍ତର କାଶ୍ମୀରର କିରନ ସେକ୍ଟରର ଅନ୍ୟ ପାର୍ଶ୍ବରେ ପିଓକର ଦୁଧିନିଆଲରେ6 ଜଣ ଆତଙ୍କବାଦୀଙ୍କ ଖବର ନିଶ୍ଚିତ ହୋଇଛି । ରାମପୁରର ଅପର ପାର୍ଶ୍ୱରେ 10 ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଖବର ରହିଛି ।

ନୈଶେରାର ଅପର ପାର୍ଶ୍ବରେ ଥିବା ପାଣ୍ଡୋରିରେ ରେଡିଓ ଇଣ୍ଟରସେପ୍ଟରେ 7 ଜଣ ଲଶ୍କର ଆତଙ୍କବାଦୀଙ୍କ ସୂଚନା ରହିଛି , ଯେଉଁମାନେ ଆଇଡି ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ।କାଶ୍ମୀରର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀଙ୍କ ଅନୁଯାୟୀ ଆତଙ୍କବାଦୀମାନେ ମଧ୍ୟ କାଶ୍ମୀରବାସୀଙ୍କୁ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.