ETV Bharat / bharat

ମଦ୍ୟପାନ ନେଇ ଘର ମାଲିକଙ୍କୁ କହିବାରୁ ଚାଲିଗଲା ପ୍ରାଣ

author img

By

Published : Apr 22, 2020, 6:52 AM IST

ମଦ୍ୟପାନ ନେଇ ଘର ମାଲିକଙ୍କୁ କହିବାରୁ ଚାଲିଗଲା ପ୍ରାଣ । ଦିଲ୍ଲୀରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ...

40-year-old Delhi man stabbed to  death for informing owner about people drinking on rooftop
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ପଟେଲ ନଗର ଅଞ୍ଚଳରେ ଘଟିଛି ଏକ ଅଜବ ଘଟଣା । ଛାତରେ କିଛି ଲୋକ ମଦ୍ୟପାନ କରିବା କଥା ମାଲିକଙ୍କୁ ଜଣାଇବା ପରେ ହତ୍ୟାର ଶିକାର ହୋଇଛନ୍ତି ଜଣେ 40 ବର୍ଷ ବୟସ୍କ ବ୍ୟକ୍ତି। ଛୁରୀରେ ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି।

ମୃତ ବ୍ୟକ୍ତି ପଟେଲ ନଗରର ପ୍ରେମ ନଗର ନିବାସୀ। ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ଲଗାତର ଭାବେ ରାତିରେ କିଛି ଲୋକ ପଟେଲ ନାଗରର ପ୍ରେମ ନଗରସ୍ଥିତ ଏକ ଛାତ ଉପରେ ମଦ୍ୟପାନ କରୁଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ମୃତ ବ୍ୟକ୍ତି ଜଣକ ଏମାନଙ୍କୁ ଦେଖିଥିଲେ । ତେଣୁ ଏନେଇ ଘର ମାଲିକଙ୍କୁ ଜଣାଇଥିଲେ।

ଏକଥା ଅଭିଯୁକ୍ତ ମାନେ ଜାଣିବା ପରେ ଛୁରୀ ଦେଖାଇ ଉକ୍ତ ବ୍ୟକ୍ତି ଏବଂ ତାଙ୍କ ପରିବାରକୁ ମାରିବାକୁ ଧମକ ଦେଇଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇଜଣ ବ୍ୟକ୍ତି ଏବଂ ତାଙ୍କ ପୁଅକୁ ଛୁରାମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.