ETV Bharat / bharat

ପୁଣି ଜଣେ କୋରୋନା ରୋଗୀଙ୍କ ଆତ୍ମହତ୍ୟା

author img

By

Published : Jul 29, 2020, 4:13 PM IST

ମଧ୍ୟପ୍ରଦେଶର ଛତରପୁର ସ୍ଥିତ ଏକ କୋଭିଡ କେୟାରରେ ଜଣ 40 ବର୍ଷୀୟ କୋରୋନା ରୋଗୀ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

sucide
ପୁଣି ଜଣେ କୋରୋନା ରୋଗୀଙ୍କ ଆତ୍ମହତ୍ୟା

ଭୋପାଳ: ପୁଣି ଜଣେ କୋରୋନା ରୋଗୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଛତରପୁର ସ୍ଥିତ ଏକ କୋଭିଡ କେୟାରରେ ଜଣ 40 ବର୍ଷୀୟ କୋରୋନା ରୋଗୀ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ଗତ ଦୁଇ ଦିନ ପୂର୍ବରୁ ସମୀର ଖାନ ନାମକ ବ୍ୟକ୍ତି କୋରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ କୋଭିଡ କେୟାରକୁ ଆସିଥିଲେ । କିନ୍ତୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏପଟେ ଏହି ଘଟଣା ପୂର୍ବରୁ ସମୀର ନିଜ ପରିବାର ସହ କଥାବାର୍ତ୍ତା ହୋଇଥିଲେ । ସେ କହିଥିଲେ ଯେ ଗଳା ସଂକ୍ରମଣ ହେତୁ ସେ ଖାଦ୍ୟ ଖାଇ ପାରୁନାହାନ୍ତି ।

ତେବେ କୋରୋନା ମହାମାରୀ ମଧ୍ୟରେ ଏହିପରି ବହୁ କୋରୋନା ରୋଗୀ ଆତ୍ମହତ୍ୟା କରୁଥିବା ଭଳି ଖବର ସାମ୍ନାକୁ ଆସୁଛି । ବହୁ ବିଷେଶଜ୍ଞ ପୂର୍ବରୁ ମତ ଦେଇଛନ୍ତି ଯେ, କୋରୋନା ସଂକ୍ରମିତ ହେବାପରେ ରୋଗୀମାନେ ମାନସିକ ବିଶାଦରେ ରହୁଛନ୍ତି । ଏପଟେ ସମାଜରେ କୋରୋନା ରୋଗୀଙ୍କୁ ନେଇ ଲୋକଙ୍କ ମନୋଭାବ କାରଣରୁ ରୋଗୀ ଏପରି ପଦକ୍ଷେପ ଉଠାଇଥିବା ଏକ ପ୍ରକାର କୁହାଯାଇପାରେ । ଏଣୁ ସରକାର ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.