ହାଇଦ୍ରାବାଦ: ଭାରତରେ ବଢୁଥିବା ଆଣ୍ଟି-ଚୀନ ଭାବେ ଚୀନର ସ୍ମାର୍ଟଫୋନ ବଜାର ଉପରେ ବଡ ପ୍ରଭାବ ପକାଇପାରେ । ଏନେଇ ଶୁକ୍ରବାର ପ୍ରକାଶ ପାଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ 10 ଜଣରେ ଜଣେ ଭାରତୀୟ ବର୍ତ୍ତମାନ ଚାଇନିଜ ପ୍ରଡକ୍ଟ କିମ୍ବା ଚୀନ ଅଧିକୃତ କମ୍ପାନୀର ଫୋନ କିଣିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଯାହା ଆଗକୁ ଯାଇ ଚୀନ ଉପରେ ଭାରି ପଡିପାରେ ବୋଲି ଆକଳନ କରାଯାଉଛି ।
ଲଦାଖରେ ଚାଲିଥିବା ଭାରତ-ଚୀନ ସଂଘର୍ଷ ପରେ ଅର୍ଦ୍ଧାଧିକ ଭାରତୀୟଙ୍କ ମନରେ ଚୀନକୁ ନେଇ ନକାରାତ୍ମକ ଚିନ୍ତା ରହିଥିବା ଦେଖିବାକୁ ମିଳିଛି । ସେପଟେ ଏହା ପଛରେ ଆଉ ଏକ ମୁଖ୍ୟ କାରଣ ହେଉଛି କୋରୋନା ସଂକ୍ରମଣ । ଚୀନରେ ଉହାନରୁ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିବା ବେଳେ ଏହି ସ୍ଥାନରେ ସ୍ମାର୍ଟଫୋନର ମୁଖ୍ୟ ବ୍ୟବସାୟ ରହିଛି । ତେଣୁ ଭାରତୀୟମାନେ ଏହି କାରଣରୁ ମଧ୍ୟ ଚାଇନିଜ ପ୍ରଡକ୍ଟ ଓ ଚୀନ ଅଧିକୃତ ଅନ୍ୟ କମ୍ପାନୀର ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବା ଦେଖାଯାଉଛି ।
କେବଳ ଭାରତ ନୁହଁ ଇଟାଲୀ, ସ୍ପେନରେ ମଧ୍ୟ ଚୀନ ବିରୋଧାଭାସ ଆରମ୍ଭ ହେଉଥିବା ଦେଖିବାକୁ ମିଳୁଛି । ଏହିକ୍ରମରେ ଇଟାଲୀରେ 56 ପ୍ରତିଶତ ଓ ସ୍ପେନରେ 58 ପ୍ରତିଶତ ଲୋକେ ଚାଇନିଜ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ଆମେରିକାରେ ଏହା 41 ପ୍ରତିଶତ ରହିଥିବା ବେଳେ ଜର୍ମାନୀରେ 34 ପ୍ରତିଶତ ରହିଥିବା ଦେଖିବାକୁ ମିଳିଛି ।
@IANS