ETV Bharat / bharat

ୟୁପିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ବଖରା ଘର

author img

By

Published : May 11, 2020, 3:02 PM IST

ଉତ୍ତରପ୍ରଦେଶ ଚିତ୍ରାକୋଟ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 40 ବଖରା ଘର । ଏନେଇ ସୋମବାର ସୂଚନା ଦେଇଛନ୍ତି ୟୁପି ପୋଲିସ ।

fire breakout
ୟୁପିରେ ଭୟାବହ ଅଗ୍ନିକାଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଚିତ୍ରାକୋଟ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା 40 ବଖରା ଘର । ଏନେଇ ସୋମବାର ସୂଚନା ଦେଇଛନ୍ତି ୟୁପି ପୋଲିସ । ଏହି ଘଟଣାଟି ଗତ ରବିବାର ସନ୍ଧ୍ୟାରେ ଚିତ୍ରାକୋଟ ଜିଲ୍ଲାର ସୁରୱାଲ ଗ୍ରାମରେ ଘଟିଥିବା ଜଣାପଡିଛି ।

ତେବେ ରାଜପୁର ପୋଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର(ଏସଏଚଓ) ଗୁଲାବ ଚନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ, ଏହି ଅଞ୍ଚଳରେ ପ୍ରାୟ ପଚାଶ ପରିବାର ବାସ କରନ୍ତ । ତେବେ ଗତ ରବିବାର ରାତି ପ୍ରାୟ 7.30 ସମୟରେ ଏକ ଘରେ ନିଆଁ ଲାଗିଯାଇଥିଲା । ଧୂଳିଝଡ କାରଣରୁ ନିଆଁ ଅନ୍ୟ ଘରକୁ ବହୁତ ଶୀଘ୍ର ବ୍ୟାପି ଯାଇଥିଲା ।

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁସ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି। ରାଜସ୍ୱ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରୁଛନ୍ତି ବୋଲି ସେ କହିଛନ୍ତି। ଏପଟେ ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଖବର ପାଇବାର ଅଧଘଣ୍ଟା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିବା ଗାଁ ମୁଖିଆ ଶବୀର ଖାନ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.