ଅଲିଗଡ: ପୁଣି ଲଜ୍ୟା । ଏକ 4 ବର୍ଷୀୟ ଶିଶୁକୁ 10 ଟଙ୍କା ଲୋଭ ଦେଖାଇ ଦୁଷ୍କର୍ମ । ଜାକିର ନଗରସ୍ଥିତ ଶିଶୁଟିର ଏକ ପଡୋଶୀ ତାଙ୍କୁ 10 ଟଙ୍କା ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଗତ ଶନିବାର ପୋଲିସ ସୂଚନା ଦେଇଛନ୍ତି ।
ଜାକିର ନଗର ସର୍କଲ ଅଫିସରଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଗତ ଜୁନ୍ 19ର ଅଟେ । ଅଭିଯୁକ୍ତ ଜଣଙ୍କ ଶିଶୁଟିକୁ 10ଟଙ୍କା ଲୋଭ ଦେଖାଇ ତାସହ ଦୁଷ୍କର୍ମ କରିଥିଲେ । ଶିଶୁଟି ରକ୍ତାକ ହୋଇଯିବା ପରେ ସେ ଶିଶୁଟିକୁ ଛାଡି ଦେଇଥିଲା । ପରେ ସେ ଶିଶୁଟିକୁ ଏହା ମଧ୍ୟ ଧମକ ଦେଇଥିଲେ ଯେ, ଘରେ କେହି ପଚାରିଲେ ସାଙ୍ଗଙ୍କ ସହ ଖେଳିବାବେଳେ ସାଙ୍ଗମାନେ ମାରି ଏମିତି କରିଦେଇଛନ୍ତି ବୋଲି କହିବ ।
ତେବେ ଏହି ଘଟଣା ଜାଣିବା ପରେ ଶିଶୁଟିର ବାପା ମାଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।