ଭୋପାଳ: ଚିପ୍ସ ପ୍ୟାକେଟରେ ମୃତ୍ୟୁ । ଆଜିକାଲି ପିଲାଙ୍କୁ ଅଧିକ ପ୍ରଲୋଭିତ କରିବା ପାଇଁ ଏହି ଚିପ୍ସ ପ୍ୟାକେଟରେ ରଖିଯାଉଛି ବିଭିନ୍ନ ପ୍ରକାର ଖେଳଣା। ତେବେ ଏହି ପ୍ଲାଷ୍ଟିକର ହ୍ବିସିଲ ଗିଳିଦେବାରୁ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ନିମଚ ଜିଲ୍ଲା କେନପୁରିଆ ଗାଁରେ ।
ସୂଚନା ଅନୁସାରେ, 4 ବର୍ଷୀୟ ଶିଶୁ ରୋହିତକୁ ପିତା ଶୌକିନ ବଞ୍ଜାରା ଫେରିବାଲା ଠାରୁ କିଣି ଚିପ୍ସ ଖାଇବାକୁ ଦେଇଥିଲେ । ହେଲେ ରୋହିତ କୁରକୁରେ ସହ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ହ୍ବିସିଲଟିକୁ ମଧ୍ୟ ଗିଳିଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ନିମଚ ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ଅନେକ ଚେଷ୍ଟା କରିମଧ୍ୟ ଶିଶୁକୁ ବଞ୍ଚେଇ ପାରିନଥିଲେ ।
ଶିଶୁର ମୃତ୍ୟୁ ପରେ ପିତା ଖାଦ୍ୟ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି । ମୋ ପୁଅର ମୃତ୍ୟୁ ହୋଇସାରିଛି, ଅନ୍ୟ କାହାର ଏପରି ମୃତ୍ୟୁ ନହେଉ ସେଥିଲାଗି ମୁଁ ବିଭାଗକୁ ଜଣାଇଲି ବୋଲି କହିଛନ୍ତି ଶୌକିନ। ଚିପ୍ସ ତିଆରି ସହ ନିର୍ଦ୍ଦେଶକ କୃଷ୍ଣଗୋପାଳଙ୍କ ବିରୋଧରେ ପଦକ୍ଷେପ ନିଆଯାଇ ସବୁ ଚିପ୍ସ ନଷ୍ଟ କରାଯାଇଛି ।