ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଟ୍ବିଟରରେ ମିଛ ଖବର ପ୍ରଚାର ହେବାରେ ଲାଗିଛି । ଘଟଣାଟିର ସତ୍ୟତା ଜାଣିବା ପାଇଁ ଅହମ୍ମଦାବାଦ ପୋଲିସ୍ ତଦନ୍ତ ଜାରି ରଖିଛି । ମାମଲା ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଅମିତ ଶାହଙ୍କ ନାମରେ ଏକ ଟ୍ବିଟର ଆକାଉଣ୍ଟ ଖୋଲି ଏଭଳି ଅପପ୍ରଚାର କରିଥିବାର ପୋଲିସ୍ ସ୍ପଷ୍ଟୀକରଣ ଦେଇଛି ।
ଘଟଣାଟି ସୋସିଆଲ ମିଡିଆରେ #ଅମିତଶାହ ନାମରେ ଟ୍ରେଣ୍ଡ ହେଉଛି । ଅନ୍ୟପଟେ ଘଟଣାକୁ ନାନାଦି ଉଚ୍ଚ ମହଲରେ ନିନ୍ଦା କରିବା ସହ ଅମିତ ଶାହ ନିଜେ ସୁସ୍ଥ ଥିବା ଦର୍ଶାଇଛନ୍ତି । କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ନଥିବାର ଶାହ ସ୍ପଷ୍ଟ କରିଛନ୍ତି ।