ETV Bharat / bharat

ପାଇଖାନା ଟାଙ୍କିରେ ପଡି 4 ମୃତ - 4 people fell in septic tank

ଛତିଶଗଡ ଲଚନ୍ଦ ନଗର ପଞ୍ଚାୟତର ସରଗାଓଁରେ ଏକ ପାଇଖାନା ଟାଙ୍କିରେ ପଡି 4 ଜଣଙ୍କର ମୃତ୍ୟୁ ହୋଇଛି ।

ପାଇଖାନା ଟାଙ୍କିରେ ପଡି 4 ମୃତ
ପାଇଖାନା ଟାଙ୍କିରେ ପଡି 4 ମୃତ
author img

By

Published : Jun 24, 2020, 11:29 AM IST

ରାୟପୁର: ପାଇଖାନା ଟାଙ୍କିରେ ପଡି ଶ୍ବାସରୁଦ୍ଧ ହୋଇ 4 ଜଣଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡର ମୁଲଚନ୍ଦ ନଗର ପଞ୍ଚାୟତର ସରଗାଓଁରେ ।

ପାଇଖାନା ଟାଙ୍କିରେ ପଡି 4 ମୃତ

ସୂଚନାନୁଯାୟୀ, ଏକ ପରିବାରର ବିବାହ ଉତ୍ସବ ଚାଲିଥିଲା । ସେଠାରେ ଅନେକ ଅତିଥି ଯୋଗ ଦେଇଥିଲେ । ତେବେ ସେଠାରେ ଥିବା ପାଇଖାନା ଟାଙ୍କି ସଫା କରିବାକୁ କିଛି ସଫେଇ କର୍ମଚାରୀ ଆସିଥିଲେ । ଟାଙ୍କି ସଫା କରିବାପରେ ଜାଣିବାକୁ ପାଇଥିଲେ ଯେ ପାଇଖାନା ଟାଙ୍କିରେ ଲିକ ଅଛି । ଫଳରେ ଟାଙ୍କି ନିକଟକୁ ଯିବାକୁ ସମସ୍ତଙ୍କୁ ବାରଣ କରିଥିଲେ । କିନ୍ତୁ ଦୁର୍ଘଟଣା ବଶତଃ 4 ଜଣ ବ୍ୟକ୍ତି ଟାଙ୍କିରେ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।

ପ୍ରଥମେ ଦୁଇ ଜଣ ଟାଙ୍କିରେ ପଡିବା ପରେ ତୃତୀୟ ବ୍ୟକ୍ତି ଜଣଙ୍କ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଟାଙ୍କିରେ ଗଳି ପଡିଥିଲେ । ପରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି । ପରେ ଏହି ତିନିଜଣଙ୍କୁ ବଞ୍ଚାଇବାକୁ ଜଣେ ଝାଡୁଦାର ପାଇଖାନା ଟାଙ୍କି ଭିତରକୁ ଯାଇଥିଲେ । କିନ୍ତୁ ସେ ମଧ୍ୟ ବାହାରକୁ ଆସିପାରିନଥିଲେ ।

ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.