ETV Bharat / bharat

ଅସହ୍ୟ ହେଲା ଋଣ ବୋଝ, ଜୀବନ ହାରିଲେ ଗୋଟିଏ ପରିବାରର 4 ସଦସ୍ୟ - ଋଣ ଭାର ସହି ନପାରି ସାମୂହିକ ଆତ୍ମହତ୍ୟା

କୋରୋନା କାଳରେ ଆର୍ଥିକ ପରିସ୍ଥିତି ବିଗୁଡୁଥିବାବେଳେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଘଟଣା । ରାଜସ୍ଥାନର ଜୟପୁର କାନୋତି ଥାନା ଅଞ୍ଚଳରେ ଋଣ ଭାର ସହି ନପାରି ଗୋଟିଏ ପରିବାରର 4 ଜଣ ଆତ୍ମହତ୍ୟା କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଋଣ ଭାର ସହି ନପାରି ଜୀବନ ହାରିଲେ ଗୋଟିଏ ପରିବାରର 4 ସଦସ୍ୟ

author img

By

Published : Sep 19, 2020, 12:55 PM IST

ଜୟପୁର:ଋଣ ଭାର ସହି ନପାରି ଗୋଟିଏ ପରିବାରର 4 ଜଣଙ୍କର ସାମୂହିକ ଆତ୍ମହତ୍ୟା । ରାଜସ୍ଥାନର ଜୟପୁର କାନୋତି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଘଟଣା ।

ପ୍ରାଥମିକ ସୂଚନା ଅନୁଯାୟୀ, ପଡୋଶୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ପରିବାର ଅଳଙ୍କାର ବ୍ୟବସାୟ ସହିତ ଜଡିତ ଥିଲା । ତେବେ ଦୀର୍ଘ ସମୟ ଧରି ଋଣ ଭାର ସୁଝି ନପାରି ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ପରିବାରର 4 ଜଣ ସଦସ୍ୟ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ ଜବତ ହୋଇ ନାହିଁ ।

ଋଣ ଭାର ସହି ନପାରି ଜୀବନ ହାରିଲେ ଗୋଟିଏ ପରିବାରର 4 ସଦସ୍ୟ

ତେବେ ପଡୋଶୀଙ୍କ କହିବାନୁଯାୟୀ, ଶୁକ୍ରବାର ରାତି ଜଣେ ମହିଳା ତାଙ୍କ ଘରକୁ ଆସିଥିଲେ । ବୋଧ ହୁଏ ଟଙ୍କା ପାଇଁ ତାଙ୍କ ମଧ୍ୟରେ ପାଟି ତୁଣ୍ଢ ହୋଇଥିଲା । ଏହାପରେ ମହିଳା ଜଣଙ୍କର ତାଙ୍କ ଘରୁ ପଳାଇଥିଲେ । ସେମାନଙ୍କୁ ରାତି 8.30ରେ ଦେଖିଥିବା ବେଳେ ସକାଳ 8.30 ପର୍ଯ୍ୟନ୍ତ କେହି ଘରୁ ବାହାରକୁ ନଆସିବା ପରେ ପୋଲିସକୁ ଖବର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.