ETV Bharat / bharat

ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା 1 କେଜି 480 ଗ୍ରାମ ସୁନା, 4 ଗିରଫ

author img

By

Published : Nov 11, 2020, 7:10 PM IST

Updated : Nov 11, 2020, 10:30 PM IST

ଆନ୍ନା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ସ୍ମଗ୍ଲିଂ ଅଭିଯୋଗରେ 4 ଯାତ୍ରୀଙ୍କୁ ଗିରଫ କଲା କଷ୍ଟମ ବଭାଗ । ଜବତ ହୋଇଛି ବିପୁଳ ପରିମାଣର ସୁନା । ଅଧିକ ପଢନ୍ତୁ....

ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା 1 କେଜି 480 ଗ୍ରାମ ସୁନା, 4 ଗିରଫ
ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା 1 କେଜି 480 ଗ୍ରାମ ସୁନା, 4 ଗିରଫ

ଚେନ୍ନାଇ: ଆନ୍ନା ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ସ୍ମଗ୍ଲିଂ ଅଭିଯୋଗରେ 4 ଯାତ୍ରୀଙ୍କୁ ଗିରଫ କଲା କଷ୍ଟମ ବଭାଗ । ଏମାନଙ୍କ ପାଖରୁ 1 କେଜି 480 ଗ୍ରାମର ସୁନା ଜବତ କରାଯାଇଛି ଯାହାର ଆନୁମାନିକ ବଜାର ମୁଲ୍ୟ ପ୍ରାୟ 97 ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଗିରଫ ସମସ୍ତ 4 ଅଭିଯୁକ୍ତ ଦୁବାଇରୁ ଚେନ୍ନାଇ ଆସିଥିବା ଜଣା ପଡିଛି ।

ଚେନ୍ନାଇ ବିମାନ ବନ୍ଦରରୁ ଜବତ ହେଲା 1 କେଜି 480 ଗ୍ରାମ ସୁନା , 4 ଗିରଫ

ଏହି 4 ଯାତ୍ରୀ ବିମାନବନ୍ଦରରେ ପ୍ରସ୍ଥାନ କରୁଥିବା ବେଳେ ସନ୍ଦେହ ହେବାରୁ ତାଙ୍କୁ ପଚରାଉଚରା କରାଯାଇଥିଲା ଓ ପରେ ତାଙ୍କ ଲଗେଜ ତଲାସୀ କରାଯିବାରୁ 114 ଗ୍ରାମର ଦୁଇ ପ୍ୟାକେଟ ଗୋଲ୍ଡ ପେଷ୍ଟ ଓ 50 ଗ୍ରାମର ଏକ ସୁନା ଚେନ ଜବତ ହୋଇଥିଲା । ପରେ ସେମାନଙ୍କୁ ଅଧିକ ପଚରାଉଚରା କରାଯିବାରୁ 16 ବଣ୍ଡଲ ସୁନା ପେଷ୍ଟ ସେମାନେ ତାଙ୍କ ବ୍ୟାଗରେ ଆଣିଥିବା ସ୍ବୀକାର କରିଛନ୍ତି।

ଏମାନଙ୍କ ପାଖରୁ ମୋଟ 1 କିଲୋ 480 ଗ୍ରାମ ସୁନା ଜବତ କରାଯାଇଥିବା ବେଳେ । ଯାହାର ଯାହାର ବଜାର ମୂଲ୍ୟ 97 ଲକ୍ଷ 82 ହଜାର ହେବ ବୋଲି ଜଣା ପଡିଛି । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସୁନା ଚାଲାଣ ବାବଦରେ କିଛି ବି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା ବେଳେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତକୁ ଏବେ ମଧ୍ୟ ପଚରାଉଚରା ଜାରି ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2020, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.