ETV Bharat / bharat

ସ୍ବାଧୀନତା ଦିବସ ଦେଖି ଫେରିବାବେଳେ ଅଘଟଣ: 4 ସାଙ୍ଗ ମୃତ, ଜଣେ ନିଖୋଜ - ପଶ୍ଚିମବଙ୍ଗରେ ସଡକ ଦୁର୍ଘଟଣା

ପଶ୍ଚିମବଙ୍ଗର କୁରସେଙ୍ଗରେ ଏକ ସଡକ ଦୁର୍ଘଟଣାରେ ଚାରିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଥିବା ଜଣାପଡିଛି ।

ସ୍ବାଧୀନତା ଦିବସ ଦେଖି ଫେରିବା ବେଳେ ଅଘଟଣ, 4 ମୃତ, ଜଣେ ନିଖୋଜ

author img

By

Published : Aug 17, 2020, 7:06 PM IST

କୋଲକାତା: ସ୍ବାଧୀନତା ଦିବସ ସମାରୋହ ଦେଖି ଫେରିବାବେଳେ ଅଘଟଣ । ଏକ ସଡକ ଦୁର୍ଘଟଣାରେ ଚାରିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସାଙ୍ଗ ନିଖୋଜ ଥିବା ଜଣାପଡିଛି । ପଶ୍ଚିମବଙ୍ଗର କୁରସେଙ୍ଗରେ ଘଟିଛି ଏଭଳି ଦୁର୍ଘଟଣା । ସେମାନେ ଅଗଷ୍ଟ 15 ସ୍ବାଧୀନତା ଦିବସ ସମାରୋହ ଦେଖିବା ଲାଗି ଏକ କାର୍‌ରେ ଲାଟାଗୁରୀ ଯାଇଥିଲେ । ସେଠାରୁ ସେମାନେ ସନ୍ଧ୍ୟାରେ କୁରସେଙ୍ଗ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ମୃତକଙ୍କ ନାମ ସୁବ୍ରତ ଦାସ, ରିଶବ ଦାସ, ଅଭ୍ରୋ କମଲ କୁଣ୍ଡୁ, ବିକ୍ରମ ଦାସ ଏବଂ ରୋନାଲଡୋ ବୋଲି ଜଣାପଡିଛି। ସେମାନେ ସମସ୍ତେ ସିଲିଗୁଡିର ବାସିନ୍ଦା । ତେବେ ଏହି ପାଞ୍ଚ ଜଣ ଯୁବକ ସେହିଦିନଠାରୁ ନିଖୋଜ ଥିଲେ। ଏନେଇ ସେମାନଙ୍କ ପରିବାର ପକ୍ଷରୁ ଏକ ନିଖୋଜ ରିପୋର୍ଟ ରୁଜୁ ହୋଇଥିଲା । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଏବଂ ସ୍ଥାନୀୟ ସୂତ୍ର ଅନୁଯାୟୀ ଯୁବକମାନେ ନିୟନ୍ତ୍ରଣ ହରାଇ କୁରସେଙ୍ଗ ନିକଟସ୍ଥ ଏକ ଗାତରେ ପଡ଼ିଯାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ସୁଦ୍ଧା ମୋଟ 4ଟି ମୃତଦେହ ଉଦ୍ଧାର କରାଯାଇଛି। ସେପଟେ ଜଣଙ୍କର ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ। ଉଦ୍ଧାର ହୋଇଥିବା ମୃତଦେହକୁ ପରିବାର ଲୋକ ଚିହ୍ନଟ କରିଛନ୍ତି । ତେବେ ପୋଲିସ ଅନ୍ୟ ଜଣକୁ ଖୋଜୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.