ETV Bharat / bharat

ପୁଣି 39 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ

author img

By

Published : Apr 27, 2020, 11:14 AM IST

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅବସ୍ଥିତ ଦିଲ୍ଲୀ ସରକାରୀ ହସ୍ପିଟାଲର ଡ.ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ସମେତ 39 ଜଣ ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_corona
ପୁଣି 39 ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ପୁଣି 39 ସ୍ବାସ୍ଥ୍ୟକର୍ମୀ କୋରୋନା ପଜେଟିଭ । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅବସ୍ଥିତ ଦିଲ୍ଲୀ ସରକାରୀ ହସ୍ପିଟାଲର ଡ.ବାବାସାହେବ ଆମ୍ବେଦକର ହସ୍ପିଟାଲରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ସମେତ 39 ଜଣ ସ୍ବାସ୍ଥ୍ୟକର୍ମୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ 22 ଏପ୍ରିଲରେ 140 ଜଣଙ୍କର ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ନିଆଯାଇଥିଲା । ଯେଉଁଥିରେ ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀ ମଧ୍ୟ ସାମିଲ ଥିଲେ । 140 ରକ୍ତ ନମୂନା ମଧ୍ୟରେ 39 ସ୍ବାସ୍ଥ୍ୟକର୍ମୀଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

ପ୍ରକାଶ ଥାଉକି, ଗତ ରବିବାର ଜାହାଙ୍ଗୀରପୁରୀ ଅଞ୍ଚଳର ଦିଲ୍ଲୀ ସରକାରୀ ହସ୍ପିଟାଲର ବାବୁ ଜଗଜୀବନ ରାମ ଡାକ୍ତରଖାନାର ଡାକ୍ତରଙ୍କ ସମେତ 44 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.