ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କୋରୋନା ସଂକ୍ରମଣ ମାମଲା 50 ହଜାରରୁ ତଳେ ରହୁଛି । ଗତ 24 ଘଣ୍ଟାରେ ମଧ୍ୟରେ 38 ହଜାର 74 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 448 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସଦ୍ୟତମ ରିପୋର୍ଟକୁ ମିଶାଇ 85 ଲକ୍ଷ 91 ହଜାର 731ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 27 ହଜାର 59କୁ ବୃଦ୍ଧି ପାଇଛି ।
ତେବେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ 79 ଲକ୍ଷ 59 ହଜାର 406 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ 5 ଲକ୍ଷ 5 ହଜାର 265 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ସେଥିମଧ୍ୟରୁ ଅତ୍ୟଧିକ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅତ୍ୟଧିକ ସଂକ୍ରମିତ ରହିଛନ୍ତି ।