ETV Bharat / bharat

ବଦଳିଗଲା କୋରୋନାମୁକ୍ତ ଟ୍ୟାଗ୍, ଗୋଆରେ 35 ପଜିଟିଭ

author img

By

Published : May 18, 2020, 11:22 PM IST

ଗୋଆର କୋରୋନାମୁକ୍ତ ଟ୍ୟାଗ୍ ଏବେ ହଟିଯାଇଛି । କାରଣ ସୋମବାର ଏକାଥରେ ନୂଆ 35ଟି କେସ ବାହାରିଛି । ଅଧିକ ପଢନ୍ତୁ...

ବଦଳିଗଲା କୋରୋନାମୁକ୍ତ ଟ୍ୟାଗ୍, ଗୋଆରେ 35 ପଜିଟିଭ
ବଦଳିଗଲା କୋରୋନାମୁକ୍ତ ଟ୍ୟାଗ୍, ଗୋଆରେ 35 ପଜିଟିଭ

ପାଣାଜୀ: କିଛିଦିନ ତଳେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ଗୋଆକୁ କୋରୋନା ମୁକ୍ତ ଘୋଷଣା କରିଥିଲେ ସରକାର । ରାଜ୍ୟରେ ବାହାରିଥିବା 6 ଜଣ ପଜିଟିଭ ସୁସ୍ଥ ହୋଇଯାଇଥିଲେ । ଏହାପରେ ଆଉ କୌଣସି ନୂଆ ଆକ୍ରାନ୍ତ ବାହାରିନଥିଲେ ।

ତେବେ ଗୋଆର କୋରୋନାମୁକ୍ତ ଟ୍ୟାଗ୍ ଏବେ ହଟିଯାଇଛି । କାରଣ ସୋମବାର ଏକାଥରେ ନୂଆ 35ଟି କେସ ବାହାରିଛି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏନେଇ ସୂଚନା ଦେଇଛନ୍ତି ।

ଗତ 24 ଘଣ୍ଟାରେ ରାଜ୍ୟ ଉପରେ ନୂଆ ବିପଦ ଆସିଛି । ଏକାଥରେ 35 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଫଳରେ ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 41 ଛୁଇଁଛି । ଏଥିରୁ 6 ଜଣ ଆଗରୁ ସୁସ୍ଥ ହୋଇସାରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.