ଗାନ୍ଧୀନଗର: ରାତି ପାହିଲେ ଦେବଦେବ ମହାଦେବଙ୍କ ମହାଶିବ ରାତ୍ରି । ଏଥିପାଇଁ ଚଳଚଞ୍ଚଳ ସାରା ଦେଶ । ଭୋଳାବାବାଙ୍କ ଜାଗର ପାଇଁ ପ୍ରଥମଥର ପାଇଁ ଗୁଜୁରାଟର କଚରେ ଶିବଲିଙ୍ଗ ଫେଷ୍ଟିଭାଲ ଆୟୋଜନ କରାଯାଉଛି । ଯାହାକି ଆସନ୍ତା 27 ପର୍ଯ୍ୟନ୍ତ ଚାଲିବ ।
ଏଥର ଜାଗରର ମୁଖ୍ୟ ଆକର୍ଷଣ ପାଲଟିଛି 35 ଫୁଟର ଶିବଲିଙ୍ଗ । ଯାହାକି ନିର୍ମାଣ ହୋଇଛି 30 ଲକ୍ଷ ରୁଦ୍ରାକ୍ଷରେ । ଏହି ଶିବଲିଙ୍ଗ ଗିନିଜ୍ ବୁକ୍ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ