ETV Bharat / bharat

କୋରୋନାରେ ଆକ୍ରାନ୍ତଙ୍କ ମୃତଦେହ ପୋତିବା ପାଇଁ ଜମି ଚିହ୍ନଟ - 35 acres of land in Bengaluru outskirts marked

ବେଙ୍ଗାଲୁରୁ ସହରର ସୀମାନ୍ତରେ ଥିବା ୯ଟି ଗାଁରେ 35 ଏକରରୁ ଅଧିକ ଜମି COVID-19 ପୀଡିତଙ୍କ ମୃତଦେହକୁ ମାଟିରେ ପୋତିବା ଓ ସମାଧି ଦେବା ପାଇଁ ସୁରକ୍ଷା ଦୃଷ୍ଟିରୁ ଚିହ୍ନଟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

COVID-19 ପୀଡିତଙ୍କ ମୃତଦେହକୁ ପୋତିବା ପାଇଁ 35 ଏକର ଜମି ଚିହ୍ନଟ

author img

By

Published : Jul 4, 2020, 11:47 AM IST

ବେଙ୍ଗାଲୁରୁ:ବେଙ୍ଗାଲୁରୁ ସହରର ସୀମାନ୍ତରେ ଥିବା ୯ଟି ଗାଁରେ 35 ଏକରରୁ ଅଧିକ ଜମି COVID-19 ଆକ୍ରାନ୍ତଙ୍କ ମୃତଦେହକୁ ମାଟିରେ ପୋତିବା ଓ ସମାଧି ଦେବା ପାଇଁ ସୁରକ୍ଷା ଦୃଷ୍ଟିରୁ ଚିହ୍ନଟ କରାଯାଇଛି।

ବେଙ୍ଗାଲୁରୁ ସହର ଜିଲ୍ଲା ଡେପୁଟି କମିଶନର ଜେ.ଏନ୍ ଶିବମୂର୍ତ୍ତି ଉତ୍ତର ବେଙ୍ଗାଲୁରୁ, ଦକ୍ଷିଣ ବେଙ୍ଗାଲୁରୁ, ଅନେକାଲ ଏବଂ ୟେଲାହାନ୍କାର ଚାରୋଟି ତାଲୁକ ତଳେ ଥିବା ଗ୍ରାମଗୁଡିକରେ ପ୍ରାୟ 35.5 ଏକର ସଂଲଗ୍ନ ଗ୍ରାମରୁ ଅଲଗା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ତହସିଲଦାରମାନଙ୍କୁ ଏହି ଜମିକୁ ସମାଧି ସ୍ଥାନ ପାଇଁ ସଂରକ୍ଷିତ ଭାବରେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନର ସୂତ୍ର ଅନୁଯାୟୀ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ ଏବଂ ରାଜସ୍ବମନ୍ତ୍ରୀ ଆର.ଅଶୋକା COVID-19 ଆକ୍ରାନ୍ତଙ୍କ ମୃତଦେହ ପକାଇବା ପାଇଁ ସହର ବାହାରେ ଥିବା ସ୍ଥାନ ଚିହ୍ନଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶ୍ରୀରାମୁଲୁ କହିଛନ୍ତି ଯେ, COVID-19 ପୀଡିତଙ୍କୁ ସହରର ସମାଧିସ୍ଥଳରେ ରଖାଯିବ ନାହିଁ ଏବଂ ସୁରକ୍ଷା ଦିଗକୁ ଦୃଷ୍ଟି ଦିଆଯିବ।

ଖାଲି ସେତିକି ନୁହେଁ, ଅନ୍ତିମ ସଂସ୍କାର ପାଇଁ ସମ୍ପର୍କୀୟମାନେ ବ୍ୟବହାର କରିଥିବା ସୁରକ୍ଷା ଉପକରଣ କିଟ ଗୁଡିକୁ ବିସର୍ଜନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଅଧିକାଂଶ ସ୍ଥାନରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ନିଜ ପଡ଼ିଆରେ ପୋତିଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ଏମିତି ନିଷ୍ପତ୍ତି ନିଆଯାଇଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.