ETV Bharat / bharat

କୋରୋନା ମୁକାବିଲା: ତିହାର ଜେଲରୁ 3350 କଏଦୀ ମୁକ୍ତ

ତିହାର ପ୍ରଶାସନ ଏପର୍ଯ୍ୟନ୍ତ 3350 କଏଦୀଙ୍କୁ ମଧ୍ୟବର୍ତ୍ତୀ କାଳୀନ ଜାମିନ ଏବଂ ଜରୁରୀକାଳୀନ ପାରୋଲରେ ମୁକ୍ତ କରିଛି। ଏହାର ଅବଧି 45 ରୁ 60 ଦିନ ରହିଛି ।

tihar jail
ତିହାଡ ଜେଲରୁ ମୁକ୍ତ ହେଲେ 3350 କଏଦୀ
author img

By

Published : Apr 29, 2020, 11:03 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ସେ ବିଷୟରେ ତିହାର ଜେଲ ପ୍ରଶାସନ ମଧ୍ୟ ସତର୍କ ରହିଛନ୍ତି। ଏଠାରେ ବହୁ ସଂଖ୍ୟକ କଏଦୀ ରହିଛନ୍ତି, ଯେଉଁଥି ପାଇଁ ସେମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ତିହାର ପ୍ରଶାସନ ଏପର୍ଯ୍ୟନ୍ତ 3350 କଏଦୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଏବଂ ଜରୁରୀକାଳୀନ ପାରୋଲରେ ମୁକ୍ତ କରିଛି। ଏହାର ଅବଧି 45 ରୁ 60 ଦିନ ରହିଛି ।

ବର୍ତ୍ତମାନ ସ୍ଥିତିରେ ତିହାର ଜେଲ ଭିତରେ ବହୁ ସଂଖ୍ୟକ କଏଦୀ ଅଛନ୍ତି । ଯଦି କେହି ତିହାର ଜେଲରେ ଜଣକୁ ବି କୋରୋନା ହୁଏ ତେବେ ଏହା ସମସ୍ତଙ୍କୁ ବହୁତ ଜଲଦି ବ୍ୟାପି ପାରେ । ଏଥିପାଇଁ ସରକାର ଏବଂ ଗୃହ ମନ୍ତ୍ରଣାଳୟକୁ କିଛି କଏଦୀଙ୍କୁ ମୁକ୍ତ କରିବାକୁ ଏକ ପ୍ରସ୍ତାବ ପଠାଯାଇଥିଲା। ଏଥିରେ ସମ୍ମତି ମିଳିବା ପରେ କଏଦୀଙ୍କୁ ମୁକ୍ତ କରାଯାଉଛି ।

ଦିଲ୍ଲୀ ସରକାରଙ୍କ ଅନୁମତି ନେବା ପରେ ଏପର୍ଯ୍ୟନ୍ତ ସମୁଦାୟ 3350 କଏଦୀଙ୍କୁ ଜେଲରୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରେ ବିଚାରଧୀନ ଓ ଦଣ୍ଡିତ କଏଦୀମାନେ ଅଛନ୍ତି। ଏହି ଧାରାରେ 2300 କଏଦୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ତିହାଡ ଜେଲରୁ ମୁକ୍ତ କରାଯାଇଥିବାବେଳେ 1050 ଜଣ କଏଦୀଙ୍କୁ ଜରୁରୀକାଳୀନ ପାରୋଲରେ ମୁକ୍ତ କରାଯାଇଛି। ସପ୍ତାହେ ପାଇଁ ଜରୁରୀକାଳୀନ ପାରୋଲ ଦିଆଯାଇଥିବାବେଳେ 45 ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଏହି ଅବଧି ଶେଷ ହେବାପରେ ଏହି କଏଦୀଙ୍କୁ ଜେଲ ଯାଇ ଆତ୍ମସମର୍ପଣ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.